Odisha news

“ଅଟଳ ଥିଲେ, ଅଟଳ ଅଛନ୍ତି ଓ ଅଟଳ ରହିବେ” , ଭାରତ ରାଜନୀତି ର ଅଜାତଶତ୍ରୁ

0
ନୂଆଦିଲ୍ଲୀ : ଜଣେ ଲୋକପ୍ରିୟ ରାଜନେତା , ଜଣେ ଓଜ୍ୱସି ବକ୍ତା ଓ ଜଣେ ପ୍ରଭାବଶାଳୀ ଲେଖକ ଭାବରେ ପରିଚିତ ଅଟଳ ବିହାରୀ ବାଜପେୟୀ । ଅଟଳ ଙ୍କ ବ୍ୟକ୍ତିତ୍ଵ ରେ ସେହି ସବୁକିଛି ଝଲକୁ ଥିଲା ଯାହାକି ଗୋଟିଏ ରାଜନେତା ପାଇଁ ଆବଶ୍ୟକ । ବନ୍ଧୁତା ର ହାତ ବଢ଼ାଇବାକୁ ନେଇ ଛାତି ଦେଖାଇ ଶତ୍ରୁ ଆଗରେ ଠିଆ ହେବା ଭଳିଏପରି ଗୋଟିଏ ମଣିଷ ଯିଏ କି ସର୍ବଦା ନିଜକୁ ନିଷ୍କଳଙ୍କ ରଖିଥିଲେ ।
ଯିଏ ତୁମର ଆଲୋଚନା କରୁଛି ତାକୁ ସର୍ବଦା ନିଜ ନିକଟରେ ରଖ , ଏହି ପ୍ରୟାସ ଅଟଳ ଜି ଙ୍କ ର ବିପକ୍ଷ ବିପକ୍ଷ ସହିତ ସରକାର କୁ ଯୋଡ଼ି ରଖିବାର ପ୍ରୟାସ ଥିଲା । ଏଥିପାଇଁ ହୁଏତ ରାଜନୀତିରେ ତାଙ୍କୁ ଅଜାତଶତ୍ରୁ ବୋଲି କୁହାଯାଏ, କାହିଁକି ନା ତାଙ୍କର କେହି ଶତ୍ରୁ ନଥିଲେ । ୧୯୪୨ ରେ ଭରତଚ୍ଛାଡ ଆନ୍ଦୋଳନ ରୁ ନେଇ ୧୯୯୮ ରେ ପରମାଣୁ ପରୀକ୍ଷଣ ପର୍ଯ୍ୟନ୍ତ, ସେ ନିଜର ନିଷ୍ପତି ପାଇଁ ଚିରସ୍ମରଣୀୟ।
୧୬ ମାର୍ଚ୍ଚ ୧୯୯୯ ରେ ଭାରତ ଓ ପାକିସ୍ତାନ ମଧ୍ୟରେ ବସ୍ ସେବା ଆରମ୍ଭ ହୋଇଥିଲା । ଅମୃତସର ରୁ ଲାହୋର ବସ୍ ସେବା ଆରମ୍ଭ କରିବାକୁ ଯାଇ ନିଜେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ପାକିସ୍ତାନ ବସ୍ ଯାତ୍ରା କରିଥିଲେ । ସେଠାରେ ତାଙ୍କର ଭବ୍ୟ ସ୍ଵାଗତ କରାଯାଇଥିଲା ।
ପାକିସ୍ତାନ ର ଗଭର୍ଣ୍ଣର ହାଉସ ଭାଷଣ ସମାପ୍ତ କରିବାର ୪୦ ସେକେଣ୍ଡ ପର୍ଯ୍ୟନ୍ତ କରତାଳି ରେ ପ୍ରକମ୍ପିତ ହୋଇଥିଲା ।
ପାକିସ୍ତାନ ଗସ୍ତ ସମୟରେ ଜଣେ ମହିଳା ପତ୍ରକାର ଅଟଳ ଙ୍କୁ ଗୋଟିଏ ପ୍ରଶ୍ନ କରି ସାରା ବିଶ୍ବରେ ଚର୍ଚ୍ଚିତ ହୋଇଥିଲେ । ତାହା ଥିଲା ‘ ଆପଣ ଆଜି ପର୍ଯ୍ୟନ୍ତ ବିବାହ କାହିଁକି କରି ନାହାନ୍ତି ? କିନ୍ତୁ ମୁଁ ଆପଣଙ୍କୁ ବିବାହ କରିବାକୁ ଚାହେଁ , କିନ୍ତୁ ମୋର ଗୋଟିଏ ସର୍ତ ରହିଛି ମତେ ଆପଣ ଉପହାର ଭାବରେ କାଶ୍ମୀର ଦେବେ ।’
ମହିଳା ପତ୍ରକାର ଙ୍କ ପ୍ରଶ୍ନ ରେ ଅଟଳ ହସି ଦେଇଥିଲେ ଓ ‘କହିଥିଲେ ମୁଁ ବିବାହ ପାଇଁ ପ୍ରସ୍ତୁତ ଅଛି, କିନ୍ତୁ ମତେ ଯୌତୁକ ରେ ସମ୍ପୂର୍ଣ୍ଣ ପାକିସ୍ତାନ ଦରକାର । ‘
ଆଜି ତାଙ୍କର ପୁଣ୍ୟ ତିଥି ରେ ସକାଳ ଖବର ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରୁଛୁ 🙏 ।
Leave A Reply