Odisha news

ପୂଜା ଚାନ୍ଦା ନଦେବାରୁ କାଟିଦେଲେ ଲାଇନ

0

ପାରାଦୀପ୍ – ରାଜ୍ୟ ପୋଲିସ୍ ମୁଖିଆ ପୂଜା ରେ ଚାନ୍ଦା ଜୁଲମ୍ ନେଇ କଡ଼ା ଆଭିମୁଖ୍ୟ ପୋଷଣ କରିବା କୁ ନିର୍ଦ୍ଦେଶ ଦେଇଥିଲା ବେଳେ ପାରାଦୀପ୍ ରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି | ଚାନ୍ଦା ଆଦାୟ ଜୁଲମ୍ ର ସବୁ ସୀମା ସରହଦ ଟପି ଯାଇଛନ୍ତି କେତେକ ଯୁବକ  | ପୂଜା ପାଇଁ 5 ହଜାର ଟଙ୍କା ଚାନ୍ଦା ନଦେବାରୁ କାଟି ଦେଇଛନ୍ତି ଘର ର ବିଦ୍ୟୁତ ସଂଯୋଗ   | ଏଭଳି ଅଭିଯୋଗ ଆସିଛି ବନ୍ଦର ନଗରୀ ପାରାଦୀପ ର ସଣ୍ଡକୁଦ ଅଞ୍ଚଳରୁ  | ବସ୍ତିରେ ଏକ ଗରିବ ପରିବାର ଉପରେ ଏଭଳି ଜୁଲମ କରାଯାଇଥିବା ଓ ତାଙ୍କୁ ଜୀବନ ରେ ମାରିଦେବାର ଧମକ ଦିଆଯାଇଥିବା ରାଜେଶ କୁମାର ବାଇ ଜଟାଧାରୀମୁହାଣ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି  | ଗତ କାଲି ଠାରୁ ପୋଲିସ ର ସହାୟତା ମାଗିଥିବା ବେଳେ  ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ବେଳେ କିଛି ଲୋକ ତୁରନ୍ତ ଅଭିଯୋଗ କୁ ଉଠାଇ ଦେବାକୁ ଚାପ ପକାଇ ଥାନା ରେ ମାମଲା କୁ ରଫାଦଫା କରି ଦେଇଥିବା କୁହାଯାଉଛି  | ଗୋଟିଏ ପଟେ ପୋଲିସ ମୁଖିଆ ପୂଜା ପୂର୍ବରୁ ବଳ ପୂର୍ବକ ଚାନ୍ଦା ଆଦାୟ କୁ ବାରଣ କରିଥିବା ବେଳେ ଏଠି ଚାନ୍ଦା ନଦେବାରୁ ଗୋଟିଏ ପରିବାର ର ଲାଇନ କାଟି ଦେବା ଭଳି ସାଂଘାତିକ ଅଭିଯୋଗ ଦେଖିବାକୁ ଓ ଥାନା ରେ ଲିଖିତ ଅଭିଯୋଗ କରି ମା ପୁଅ ଧାରଣା ରେ ବସିବା ପରେ ମଧ୍ଯ ପାରାଦୀପ୍ ଜଟାଧାରୀମୁହାଣ ପୋଲିସ ଚୁପ୍ ହୋଇ ବସିବା ଓ ପଚାରିଲେ କେଶ୍ ସମାଧାନ ହେଇ ଯାଇଚି ବୋଲି ପ୍ରକାଶ କରିବା ପୋଲିସ କାର୍ଯ୍ୟଦକ୍ଷତା ଉପରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି | ପାରାଦୀପ୍ ସଣ୍ଡ୍ କୁଦ ଅଞ୍ଚଳ ର ରାଜେଶ କୁମାର ବାଇ ଗତକାଲି ଠାରୁ ଥାନା ଆଗରେ ଧାରଣା ରେ ବସି ବସି ଶେଷରେ କାନମୁଣ୍ଡା ଆଉଁଷି ଫେରିଛନ୍ତି | ତାଙ୍କୁ କିଛି ଲୋକ 5 ହଜାର ଟଙ୍କା ଚାନ୍ଦା ମାଗିଲେ ଆଉ ସେ ଗରିବ ଲୋକ ହୋଇଥିବାରୁ ଏତେ ଟଙ୍କା ଦେବାକୁ ଅମଙ୍ଗ ହୋଇଥିବା ବେଳେ କିଛି ଲୋକଙ୍କୁ ଅକ୍ଷୟ ମଲ୍ଲ ନାମକ ଜୈନିକ ଯୁବକ ଶିଖାଇ ଲାଇନ କାଟି ଦେଇଥିବା ସେ ଗଣମାଧ୍ୟମକୁ କହିଥିଲେ  | ଚାନ୍ଦା କୁ ନେଇ ଆଗକୁ କି ପାଲା ହେଉଛି ତାହା କେବଳ ଦେଖିବାକୁ ବାକି ରହିଲା |

Leave A Reply