Odisha news

ରାଷ୍ଟ୍ର ନିର୍ମାତା ” ଅଟଳ ବିହାରୀ ବାଜପେୟୀ “ଙ୍କ ଅବର୍ତ୍ତମାନର ୪ ବର୍ଷରେ

0
ପ୍ରତାପ ଚନ୍ଦ୍ର ସାହୁ : ଏହି ମହାନ ଜନ ନାୟକ ଅଟଳଜୀ ଙ୍କ ର ଜନ୍ମ ୧୯୨୪ ମସିହା ଡିସେମ୍ବର୍  ମାସ ୨୫ ତାରିଖ ରେ ଗ୍ଵାଏଲିୟର୍ ଠାରେ ହୋଇଥିଲା। ତାଙ୍କ ବାପା କ୍ରୃଷ୍ଟ୍ନ ବିହାରୀ ବାଜପେୟୀ ପେଷା ରେ ଜଣେ ସ୍କୁଲ ଶିଖ୍ୟକ ଥିଲେ। ସରସ୍ଵତୀ ଶିଶୁ ମନ୍ଦିର ରୁ ଶିଖ୍ୟା ସମାପ୍ତ କରି ବାଜପେୟୀ ଜୀ ଗ୍ଵାଏଲିୟର୍ ସ୍ଥିତ ଭିକ୍ଟୋରିଆ କଲେଜ ରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ଓ ଡି ଏ ଭି କଲେଜ କାନପୁର ରୁ ରାଜନୀତି ବିଙ୍ଗ୍ୟାନ ରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ତାଙ୍କ ପିତା ଙ୍କ ସହ ମିଶି ଏକତ୍ର ଆଇନ ଡିଗ୍ରୀ ହାସଲ କରିଥିଲେ ,ଅଟଳ ବିହାରୀ ବାଜପେୟୀ।
ଶ୍ରାଧ ବାର୍ଷୀକି ଅବସର ର୧୬/ଅଗଷ୍ଟ
ବାଜପେୟୀ ଜୀ ଙ୍କ ର କର୍ମମୟ ଜୀବନ ଆରମ୍ଭ ହୋଇଥିଲା ୧୯୩୯ ମସିହା ରେ ,ଆର୍ ଏସ୍ ଏସ୍ ସଭ୍ୟ ଭାବେ ଯୋଗ ଦାନ ରୁ। ପରବର୍ତ୍ତୀ ସମୟ ରେ ସେ ଏଥିର ପ୍ରଚାରକ ଦାୟୀତ୍ଵ ନେଇଥିଲେ।ପରବର୍ତ୍ତୀ ସମୟ ରେ ଦୀନ ଦୟାଲ୍ ଉପାଧ୍ୟାୟ ଙ୍କର ମାସିକ ହିନ୍ଦି ପତ୍ରୀକା ,ରାଷ୍ଟ୍ର ଧର୍ମ ,ହିନ୍ଦୀ ସାପ୍ତାହିକି ” ପଚଂ ଜନ୍ୟ ” ଦୈନିକ ପତ୍ରୀକା ସ୍ଵଦେଶ ଓ ବୀର ଅର୍ଜୁନ ଆଦି ରେ ସାମ୍ବାଦିକତା ଭାବେ କର୍ମମୟ ଜୀବନ ଆରମ୍ଭ କରିଥିଲେ। ହିନ୍ଦୀ ଭାଷା ଓ ସାହିତ୍ୟ ରେ ଅଟଳ ଜୀ ଙ୍କ ଅଗାଢ ପାଣ୍ଡିତ୍ୟ ଙ୍ଗ୍ୟାନ ଥିଲା।ଅନୁଭବ ,ଅଭିଙ୍ଗ୍ୟତା ଓ ସମୟ ର ଆହ୍ଵାନ କୁ ନେଇ ସେ ଲେଖିଛନ୍ତି ଅନେକ ଉଚ୍ଚ କୋଟୀର କବିତା। ତାଙ୍କର କବିତା ଆବ୍ରୁତି ଶୈଳି ବି ସ୍ଵତନ୍ତ୍ର ଧରଣ ର। ଆର୍ ଏସ୍ ଏସ୍ ରୁ ଉତ୍ପନ ଜାତୀୟ ଜନସଂଘ ର ୧୯୫୧ ମସିହା ରେ ପ୍ରତିଷ୍ଠାତା ସଦସ୍ୟ ହୋଇଥିଲେ। ୧୯୬୮ ରୁ ୧୯୭୩ ମସିହା ପର୍ଯ୍ୟନ୍ତ ସେ ଏହାର ଅଧ୍ୟଖ୍ୟ ଦାୟୀତ୍ଵ ରେ ରହିଲେ।୧୯୭୫ ମସିହାରେ ଜରୁରୀ କାଳୀନ ପରିସ୍ଥିତି ରେ ତାଙ୍କୁ ଗ୍ରହବନ୍ଦୀ କରି ରଖାଯାଇଥିଲା।
୧୯୮୦ ରେ ପ୍ରତିଷ୍ଠା କରାଯାଇଥିବା “ଭାରତୀୟ ଜନତା ପାର୍ଟୀ” ର ସେ ଅଧ୍ୟଖ୍ୟ ଦାୟୀତ୍ଵ ରେ ରହିଥିଲେ। ଶୁନ ରୁ ଆରମ୍ଭ ହୋଇଥିବା ଏହି ଦଳ ଆଜି ଶିର୍ଷ ରେ ପହଚିଂ ପାରିଛି। ଏଥି ପାଇଂ ବାଜପେୟୀ ଜୀ ଙ୍କର ଅବଦାନ ଅତୁଳନୀୟ। ସେ ସଂସଦ ଭାବେ ଦଶ ଥର ନିର୍ବାଚିତ ହୋଇ ଆସିଥିଲେ।ଚାରିଟି ଆସନ ରୁ ଲଢି କ୍ରମାଗତ ଭାବେ ଗୋଟିଏ ଆସନ ରୁ ଆସିଥିବା ବେଳେ ଅନ୍ୟ ଏକ ସ୍ଥାନ ରୁ  ଲଢି ବିଜୟୀ ହୋଈ ଆସିଥିଲେ। ଭାରତ ବର୍ଷ ର ଅସଂବିଧାନିକ ଶ୍ରେଷ୍ଠ ପଦ “ପ୍ରଧାନ ମନ୍ତ୍ରୀ ” ପଦ ରେ ଅଧିଷ୍ଠିତ ହୋଇପାରି ଥିଲେ। ଲୋକପ୍ରିୟତା ରେ ଶ୍ରେଷ୍ଠ ସ୍ଥାନ ରେ ସେ ପହଚିଂ ପାରିଥିଲେ। ଏହାର ଏକ ଦ୍ରୃଷ୍ଟାନ୍ତ — ତାଙ୍କ ର ସୁସ୍ଥତା ପାଇଂ ଭୁସ୍ ଲିମ୍ ସମ୍ପ୍ରଦାୟ ର ଲୋକେ ସମବେତ ପ୍ରାର୍ଥନା କରିବା। ବାଜପେୟୀ ଜୀ ଙ୍କ ର ନାମ ର ସାର୍ଥକତା ସେ ଛାଡିଯାଇଛନ୍ତି। ସେ ମ୍ରୃତ୍ୟୁ କୁ ବି ଆହ୍ଵାନ୍ ଦେଇ ଛନ୍ତି ,” ତୋର ଯଦି ସାହାସ ଅଛି ସାମନା କୁ ଆସେ ,ମୋ ସହ ମୁଲାକାତ୍ କର୍ ” । ତାଙ୍କର ଶେଷ ଜୀବନ କାଳ ହ୍ଵିଲ୍ ଚେୟାର ରେ ଦୀର୍ଘ ୯ ବର୍ଷ କଟିଥିଲା।
ସେ ଥିଲେ ବହୁ ଦଳୀୟ ମେଣ୍ଟ ସରକାର (ଏନ୍ ଡି ଏ) ର ଆଦ୍ୟ ଉଦ୍ ଗାତା । ତାଙ୍କ ଦ୍ଵାରା ଗଠିତ ଏନ୍ ଡି ଏ ସରକାର ଦେଶରେ ସଫଳତା ଲାଭ କରିଥିବା ପ୍ରଥମ ମେଣ୍ଟ ସରକାର।ସେ ହେଉଛନ୍ତି ପ୍ରଥମ ଅଣ କଂଗ୍ରେସ ପ୍ରଧାନ ମନ୍ତ୍ରୀ ଯେ କି ପାଚଂ ବର୍ଷ ଦାୟୀତ୍ଵ ରେ ରହି ପାରିଥିଲେ। ୧୯୯୬ ରେ ଯଦିଓ ବାଜପେୟୀ ଙ୍କ ନେତ୍ରୃତ୍ଵ ରେ ସରକାର ଗଠନ କରିବାକୁ ଉଦ୍ୟତ ହୋଇଥିଲେ ,କିନ୍ତୁ ଗ୍ରୁହ ରେ ସଂଖ୍ୟା ଗରିଷ୍ଠତା ର ପ୍ରମାଣ ରଖିପାରିନଥିବା ହେତୁ ସରକାର ଭାଙ୍ଗିଥିଲା।୧୯୯୮ ରେ ପୁଣି ବାଜପେୟୀ ସରକାର ଆସିଲା।ଏଇ ଥର ତେର ଦିନରୁ ତେର ମାସ ତାଙ୍କ ସରକାର ତିଷ୍ଠି ରହିପାରି ଥିଲା।ତା ପରେ ସରକାର ଭାଙ୍ଗିଯାଇଥିଲା।୧୯୯୯ ରେ ପୁଣି ପୂର୍ଣ ସଂଖ୍ୟା ଗରିଷ୍ଠତା ସହ ଆସି ପାଚଂ ବର୍ଷ ପୁରଣ କରିଥିଲେ। ତାଙ୍କର ପ୍ରଧାନ ମନ୍ତ୍ରୀତ୍ଵ କାଳରେ ଗ୍ରାମ୍ୟ ସଡକ ଯୋଜନା ,ସର୍ବ ଶିଖ୍ୟା ଅଭିଯାନ ,ଦୂର ସଚାଂର ବିପ୍ଳବ ,ଅର୍ଥ ନୈତିକ ସ୍ଥିରତା ,ପ୍ରତି ରଖ୍ୟା ଖେତ୍ର ରେ ଦ୍ରୃଢତା ,ପୋଖରାନ୍ ପରିଖ୍ୟଣ ,କାର୍ ଗିଲ୍ ବିଜୟ ,ଚନ୍ଦ୍ର ଅଭିଯାନ କୁ ପ୍ରୋତ୍ସାହନ ଆଦି ଯୋଜନା ମାନ ର ସଫଳ ରୂପାୟନ ,ବାଜପେୟୀ ଙ୍କର ଅନବଦ୍ୟ କ୍ରୃତି। ଗୋଟିଏ ପଟେ ବୈଙ୍ଗ୍ୟାନିକ ମାନଙ୍କୁ ପରମାଣୁ ପରିଖ୍ୟଣ କୁ ପ୍ରୋତ୍ସାହନ ଦେଇ ଆସୁଥିବା ବେଳେ ଅନ୍ୟପଟେ ସମଗ୍ର ବିଶ୍ଵ ସହ ସୁ-ସମ୍ପର୍କ ରଖି ବାକୁ ଆପ୍ରାଣ ଉଦ୍ୟମ ଜାରି ରଖିବା ସମସ୍ତ ଙ୍କୁ ବିସ୍ମୟ କରିଛି। ତାଙ୍କରି ସମୟ ରେ ଲାହୋର କୁ ବସ୍ ଚଳାଚଳ କରାଇବା ଏକ ଐତିହାସିକ ପଦଖ୍ୟେପ ଥିଲା। ପରମାଣୁ ପରୀଖ୍ୟଣ ସମୟ ରେ ବିରୋଧି ଙ୍କ ସମ୍ମୁଖିନ ହୋଇ ,ତା’ର ଜବାବ ରେ ସେ କହିଥିଲେ ,”ଆମେ ନିଜର ସୁରଖ୍ୟା କୁ ଧ୍ୟାନ ରେ ରଖି ପରମାଣୁ ପରୀଖିଣ କରୁଛି,କାହାକୁ ଆକ୍ରମଣ କରିବା ଉଦ୍ଦେଶ୍ୟ ରେ ପରିଖ୍ୟଣ କରାଯାଉନି “।
ଜାତି ସଂଘ ରେ ସେ ରାଷ୍ଟ୍ର ଭାଷା ହିନ୍ଦୀ ରେ ନିଜର ଅଭିଭାଷଣ ରଖି ସମସ୍ତ ଙ୍କୁ ଅଭିଭୁତ କରି ପାରିଥିଲେ। ସମଗ୍ର ଦେଶ କୁ ସଡକ ପଥ ରେ ଯୋଡିବା ତାଙ୍କର ସ୍ଵପ୍ନ ଥିଲା। ଏହାକୁ ସେ ସଫଳତା ର ସହ ସମ୍ପନ୍ନ କରିଥିଲେ।ସେ ଥିଲେ ବ୍ରହ୍ମଚାରୀ,ବିପ୍ଳବୀ କବି,ତ୍ୟାଗୀ ,ପଦ୍ମ ବିଭୁଷଣ ର ଅଧିକାରୀ।ଭାରତ ବର୍ଷ ର ବେସାମରିକ ସର୍ବୋଚ୍ଚ ସମ୍ମାନ ” ଭାରତ ରତ୍ନ ” ରେ ବିଭୁଷିତ ହୋଇଥିଲେ ବାଜପେୟୀ। ରାଜନୀତି ର ଭୀଷ୍ମ ,ମେଣ୍ଟ ଶାସନ ର ଜନକ   ,ଦଳ ଗତ ନିର୍ବିଶେଷ ରେ ସମସ୍ତ ଙ୍କ ର ସମର୍ଥନ ପ୍ରାପ୍ତ ଅଟଳଜୀ ତିନି ତିନି ଥର ପ୍ରଧାନ ମନ୍ତ୍ରୀ ହେବାରେ ସଖ୍ୟମ ହୋଇଥିଲେ। ସେ ଥିଲେ ପ୍ରକ୍ରୃତି ପ୍ରମୀ,ମେଳାପି ,ମିଷ୍ଟ ଭାଷୀ ,ଓ ସ୍ପଷ୍ଟ ବାଦୀ ।ତାଙ୍କରି ପିରିୟଡ୍ ରେ ଡ:ଅବ୍ ଦୂଲ୍ କାଲାମ୍ ଙ୍କୁ ରାଷ୍ଟ୍ରପତି ହୋଇଥିଲେ। ଏଥିରେ ତାଙ୍କର ଅବଦାନ ଅତୁଳନୀୟ ଥିଲା। ବାଜପେୟୀ ଙ୍କ ମେଣ୍ଟ ସରକାର ରେ ସବୁ ବର୍ଗର ନେତା ଙ୍କୁ ମନ୍ତ୍ରୀ ମଣ୍ଡଳ ରେ ସୁଯୋଗ ମିଳିଥିଲା।
ସମସ୍ତ ଙ୍କୁ ନେଇ ଚାଲିବାର କୋଉଶଳ ତାଙ୍କୁ ବେଶ୍ ଭଲ ଭାବେ ଜଣା ଥିଲା।ଅଯୋଧ୍ୟା ରେ ରାମ ମନ୍ଦିର ନିର୍ମାଣ ପ୍ରସ୍ତାବ ସେ ହିଂ ପ୍ରଥମେ ଆଣିଥିଲେ। ସଂସଦ ରେ ବିରୋଧି ଙ୍କ ଅଭିଯୋଗ କୁ ମଧ୍ୟ ଗୁରୁତ୍ଵ ଦେଉଥିଲେ।ଆପୋଷ ଆଲୋଚନା ମାଧ୍ୟମ ରେ ସମାଧାନ କରିବାକୁ ଚେଷ୍ଟା କରୁଥିଲେ।କାଶ୍ମୀର ସମସ୍ୟାର ସମାଧାନ ର ସୂତ୍ର ସେ ହିଂ ପ୍ରଥମେ ସୂତ୍ରପାତ କରିଥିଲେ।ବାଜପେୟୀ ଜୀ ଙ୍କ ର ନିଷ୍ଠା ,ଏକାଗ୍ରତା ,କର୍ମ ବଧ୍ଧତାବଚନ ବଧ୍ଧତା ଓ ସ୍ପଷ୍ଟ ଉଚ୍ଚାରଣବାଦିତା ତାଙ୍କୁ ବିଶ୍ଵବଦାନ୍ୟତା ର ମାନ୍ୟତା ଆଣିଦେଇଥିଲା। ଶାସିତ ସଦସ୍ୟ ହୁଅନ୍ତୁ କି ବିରୋଧି ସଦସ୍ୟ ହୁଅନ୍ତୁ ତାଙ୍କ ପାଇଂସମସ୍ତେ ସମାନ।
ଅବସର କଟାଇବାକୁ ସେ ପ୍ରାୟତହ କୁଲୁ,ମନାଲି। ସେଠାରେ ଲୋକଙ୍କ ସହ ମିଶୁ ଥିଲେ ,ସେମାନଙ୍କର ଦୂଖ ଶୁଣୁଥିଲେ।ବନ୍ୟା ନିୟନ୍ତ୍ରଣ ପାଇଂ ପାର୍ବତୀ ଓ ଗୋଉମନ ନଦୀ ରେ ବନ୍ଧ ନିର୍ମାଣ ପାଇଂ ଅର୍ଥ ମଞୁର କରି ସେଠାକାର ବନ୍ୟା ସମସ୍ୟାର ସମାଧାନ କରିଥିଲେ। ସେଇଠି ଅବସ୍ଥାନ ସମୟରେ ପ୍ରକ୍ରୃତି କୁ ନେଇ ବହୁତ କବିତା ରଚନା କରିଛନ୍ତି ,ସେ ଗୁଡିକ ହ୍ରୃଦୟ ସ୍ପର୍ଷି ଥିଲା। ପିତା ନ ହୋଇ ମଧ୍ୟ ତାଙ୍କର ବାତ୍ସଲ୍ୟ ମମତା ପରିପୂର୍ଣ ଥିଲା।
ନମିତା ଭଟ୍ଟାଚାର୍ଯ୍ୟ ଙ୍କୁ ପୋଷ୍ୟ କନ୍ୟା ଭାବେ ଗ୍ରହଣ କରି ଉପଯୁକ୍ତ ପାତ୍ର ଚୟନ କରି ତା’ର ବାହାଘର କରାଈ ଥିଲେ। ପରିଶେଷରେ ସେ କିଡନି ,ମୁତ୍ରାଶୟ ରେ ଗଭିର ସଂକ୍ରମଣ ହେତୁ ଓ ଛାତିରେ ଯନ୍ତ୍ରଣା ହେତୁ ଏମ ସ୍ ହସ୍ ପିଟାଲ୍ ରେ ଦୀର୍ଘ ଦିନ ର ଚିକିତ୍ସା ପରେ ୯୩ ବର୍ଷ ବୟସ ରେ ଅର୍ଥାତ୍ ୨୦୧୮ ମସିହା ଅଗଷ୍ଟ ମାସ ୧୬ ତାରିଖ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ।

Leave A Reply