Odisha news

‘ ଏହା ହେଉଛି ସ୍ଵାଧୀନ ଦେଶ ଭାରତ ‘ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କର ଭାରତକୁ ପ୍ରଶଂସା

0
ନୂଆଦିଲ୍ଲୀ : ପାକିସ୍ତାନ ର ପୂର୍ବତନ ପ୍ରଧାନ ମନ୍ତ୍ରୀ ଇମ୍ରାନ ଖାନ୍ ଆଉଥରେ ଭାରତର ସ୍ଵତନ୍ତ୍ର ବିଦେଶ ନୀତିର ପ୍ରଶଂସା କରିଛନ୍ତି । ଇମ୍ରାନ ଙ୍କ ଦଳ ପିଟିଆଇ ପକ୍ଷରୁ ଲାହୋର ରେ ଆୟୋଜିତ ଗୋଟିଏ ରାଲି ସମୟରେ ଭାରତୀୟ ବିଦେଶ ମନ୍ତ୍ରୀ ଏସ୍. ଜୟସଙ୍କର ଙ୍କ ର ଗୋଟିଏ ଭିଡିଓ କ୍ଲିପ୍ ଚଳାଇ ଓ ଭାରତ ର ଭୂରି ଭୂରି ପ୍ରଶଂସା କରିଥିଲେ । ଇମ୍ରାନ ଖାନ୍ ଋଷ ନିକଟରୁ ଶସ୍ତାରେ ତେଲ କିଣିବା ଓ ଆମେରିକା ନିକଟରେ ମୁଣ୍ଡ ନ ନୁଆଁଇବା କୁ ନେଇ ଭାରତର ପ୍ରଶଂସା କରିଥିଲେ ।
ଲାହୋର ରେ ରାଲୀ କୁ ସମ୍ବୋଧିତ କରି ପାକିସ୍ତାନ ର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କହିଥିଲେ ଯେ ଋଷ ନିକଟରୁ ତେଲ କିଣିବା ଭାରତ ହିତରେ ଥିଲା । ଭାରତର ବିଦେଶ ନୀତି ପ୍ରଶଂସା ଯୋଗ୍ୟ । ଭାରତ ର ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଙ୍କ ବିଦେଶ ନୀତି ଭାରତ କୁ ଆଗକୁ ବଢ଼ିବାରେ ସହଯୋଗ କରୁଛି ।
ଏହାଛଡା ଇମ୍ରାନ ଖାନ୍ ଗାଦିଚ୍ୟୁତ ହେବା ପରେ ଭାରତର ବିଦେଶ ନୀତି ର କିଛି ଅଧିକ ପ୍ରଶଂସା କରୁଛନ୍ତି । ତା ସହିତ ପାକିସ୍ତାନ ର ସହବାଜ୍ ସରକାର ଙ୍କୁ ଭର୍ତ୍ସନା କରି ନିନ୍ଦା କରିଥିଲେ

Leave A Reply