|
ମଧୁସୂଦନ ଦାସ (ମଧୁବାବୁ ଭାବେ ଜଣାଶୁଣା) କଟକ ଜିଲ୍ଲାର ସତ୍ୟଭାମାପୁରରେ ୨୮ ଅପ୍ରେଲ ୧୮୪୮ରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ସ୍ଵାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଦେଶାତ୍ମବୋଧକ କବି ତଥା ଓଡ଼ିଶାର ପ୍ରଥମ ବାରିଷ୍ଟର । ମଧୁସୂଦନଙ୍କ ପ୍ରଥମ ନାଆଁ ଥିଲା ଚୌଧୁରୀ ଗୋବିନ୍ଦ ବଲ୍ଲଭ ଦାସ । ପରେ ତାଙ୍କ ବାପା, ମାଆ ତାଙ୍କ ନାଆଁକୁ ବଦଳାଇ ମଧୁସୂଦନ ରଖିଥିଲେ ।
ଗାଁ ଚାଟଶାଳୀରୁ ମାଟି ବଂଶ ଅବଧାନଙ୍କ ତତ୍ତ୍ୱାବଧାନରେ ଚାଟଶାଳୀ ପଢ଼ା ଶେଷ କରି ସେ କଟକ ଯାଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ନାମ ଲେଖାଇଲେ । ୧୮୬୪ରେ ମଧୁସୂଦନ ଅନ୍ୟ ଚାରିଜଣଙ୍କ ସହ କଟକ ସ୍କୁଲରୁ ଦ୍ଵିତୀୟ ଶ୍ରେଣୀରେ ଏଣ୍ଟ୍ରାନ୍ସ ପାସ କରିଥିଲେ ।
ଓକିଲ ଭାବେ ମଧୁବାବୁ ପ୍ରଥମେ ଚବିଶ ପ୍ରଗଣା ଅନ୍ତର୍ଗତ ଆଲିପୁର କୋର୍ଟରେ ଓକିଲାତି ଆରମ୍ଭ କରିଥିଲେ । ପରେ ୧୮୮୧ରେ କଲିକତାରୁ ଫେରି ସେ କଟକରେ ଓକିଲାତି କରିଥିଲେ ।
୬ ଜାନୁଆରୀ ୧୯୨୧ ମସିହାରେ ମଧୁବାବୁ ବିହାର ଓଡ଼ିଶାର ମନ୍ତ୍ରୀରୂପେ ନିଯୁକ୍ତି ପାଇଥିଲେ । ସେତେବେଳେ ମନ୍ତ୍ରୀ ମାନଙ୍କୁ ମାସିକ ବେତନ ମିଳୁଥିଲା । ଇଂରେଜ ସରକାରଙ୍କଠାରୁ ଦରମା ନେଇ କାମ କଲେ ଲୋକଙ୍କୁ ନିରପେକ୍ଷ ସେବା ଦେବା ସମ୍ଭବ ନୁହେଁ ବୋଲି ଯୁକ୍ତି କରି ସେ ଅବୈତନିକ ମନ୍ତ୍ରୀପଦ ପାଇଁ ପ୍ରସ୍ତାବ ରଖିଥିଲେ । ସରକାର ଏଥିରେ ରାଜି ନ ହେବାରୁ ୯ ମାର୍ଚ୍ଚ ୧୯୨୩ରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।
ପୁରା ପଢ଼ନ୍ତୁ...
|
|
ଅପ୍ରେଲ
ଜନ୍ମ
- ୧ – ବୈଜ୍ଞାନିକ ପ୍ରାଣକୃଷ୍ଣ ପରିଜା (ଜନ୍ମ: ୧୮୯୧)
- ୧ – ପଦ୍ମଶ୍ରୀ ତାରାପ୍ରସାଦ ଦାସ, ଚକ୍ଷୁ ବିଶେଷଜ୍ଞ (ଜନ୍ମ: ୧୯୫୦)
- ୨ – ଅଶ୍ରୁମୋଚନ ମହାନ୍ତି, ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ଅଭିନେତା (ଜନ୍ମ:୧୯୫୯)
- ୩ – କବିଶେଖର ଚିନ୍ତାମଣି ମହାନ୍ତି (ଜନ୍ମ: ୧୮୬୭)
- ୩ – ପଦ୍ମ ଭୂଷଣ ରମାକାନ୍ତ ପଣ୍ଡା, ହୃଦରୋଗ ବିଶେଷଜ୍ଞ (ଜନ୍ମ: ୧୯୫୪)
- ୩ – ବିଭୂତି ଭୂଷଣ ପ୍ରଧାନ, ଓଡ଼ିଆ ଔପନ୍ୟାସିକ ଓ ସ୍ତମ୍ଭକାର (ଜନ୍ମ: ୧୯୫୭)
- ୪ – ପଦ୍ମଶ୍ରୀ ଅରୁଣା ମହାନ୍ତି, କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ସମ୍ମାନ ପ୍ରାପ୍ତ ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଗୁରୁ (ଜନ୍ମ: ୧୯୬୦)
- ୭ – ସଂଗୀତ ଶିରୋମଣି ନୃସିଂହନାଥ ଖୁଣ୍ଟିଆ, ଓଡ଼ିଶୀ ସଙ୍ଗୀତ ଗୁରୁ ଓ ଗାୟକ (ଜନ୍ମ: ୧୯୧୧)
- ୮ – ଗିରିଧର ଗମାଙ୍ଗ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ (ଜନ୍ମ: ୧୯୪୩)
- ୮ – ବିଜୟ ମହାନ୍ତି, ଜୟଦେବ ପୁରସ୍କାର ସମ୍ମାନିତ ଅଭିନେତା (ଜନ୍ମ: ୧୯୫୦)
- ୧୪ – ପଦ୍ମଶ୍ରୀ ମିନତି ମିଶ୍ର, ଅଭିନେତ୍ରୀ, ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଓଡ଼ିଶୀ ନୃତ୍ୟଗୁରୁ (ଜନ୍ମ: ୧୯୩୬)
- ୧୪ – ଗଜେନ୍ଦ୍ର ପ୍ରସାଦ ସାହୁ, ମୂର୍ତ୍ତିକାର, ଚିତ୍ରକର ଏବଂ କଳାଶିକ୍ଷକ (ଜନ୍ମ: ୧୯୬୧)
- ୧୫ – ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ବାଲୁକା ଶିଳ୍ପୀ (ଜନ୍ମ: ୧୯୭୭)
- ୧୭ – ଗାୟତ୍ରୀବାଳା ପଣ୍ଡା, କେନ୍ଦ୍ର ସାହିତ୍ୟ ଏକାଡେମୀ (ବାଳ) ପୁରସ୍କାର ସମ୍ମାନୀତ ସାହିତ୍ୟିକ (ଜନ୍ମ: ୧୯୭୭)
- ୧୮ – ବିଭୁତି ଭୁଷଣ ଦେଓ, ବୈଜ୍ଞାନିକ, ଶିକ୍ଷାବିତ ଓ ବିଜ୍ଞାନ ଲେଖକ (ଜନ୍ମ: ୧୯୨୯)
- ୨୦ – ପଦ୍ମ ଭୂଷଣ ଗୋପୀନାଥ ମହାନ୍ତି, ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଲେଖକ (ଜନ୍ମ: ୧୯୧୪)
- ୨୦ – କବି ବାଞ୍ଛାନିଧି ମହାନ୍ତି (ଜନ୍ମ: ୧୮୯୭)
- ୨୦ – ନୃସିଂହ ଚରଣ ପଣ୍ଡା, ଶାରଳା ପୁରସ୍କାର ସମ୍ମାନିତ ବୈଜ୍ଞାନିକ, ଦାର୍ଶନିକ, ସାହିତ୍ୟିକ ଓ ଶିକ୍ଷାବିତ (ଜନ୍ମ: ୧୯୨୯)
- ୨୦ – ରବି କାନୁନଗୋ, ସମ୍ପାଦକ, ସ୍ତମ୍ଭକାର, ସାହିତ୍ୟିକ (ଜନ୍ମ: ୧୯୪୬)
- ୨୧ – ସଦାଶିବ ତ୍ରିପାଠୀ, ସ୍ୱାଧୀନତା ସଂଗ୍ରାମୀ ଓ ରାଜନେତା (ଜନ୍ମ: ୧୯୧୦)
- ୨୪ – କାଟୁଲୁ ରବି କୁମାର, ଅର୍ଜୁନ ପୁରସ୍କାର ପ୍ରାପ୍ତ ଭାରଉତ୍ତୋଳନକାରୀ (ଜନ୍ମ: ୧୯୮୮)
- ୨୬ – ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ, ଓଡ଼ିଶାର ଭୂତପୂର୍ବ ପ୍ରଧାନମନ୍ତ୍ରୀ (ଜନ୍ମ: ୧୮୯୨)
- ୨୬ – ଜଗନ୍ନାଥ ପ୍ରସାଦ ଦାସ, ସରସ୍ଵତୀ ସମ୍ମାନ ପ୍ରାପ୍ତ ସାହିତ୍ୟିକ(ଜନ୍ମ: ୧୯୩୬)
- ୨୭ – ପ୍ରସନ୍ନ କୁମାର ପାଟ୍ଟଶାଣୀ, ଲୋକ ସଭା ସଭ୍ୟ (ଜନ୍ମ: ୧୯୪୬)
- ୨୮ – ଉତ୍କଳ ଗୌରବ କୁଳବୃଦ୍ଧ ମଧୁସୂଦନ ଦାସ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା (ଜନ୍ମ: ୧୮୪୮)
- ୨୯ – ବୈଷ୍ଣବ ଚରଣ ପଟ୍ଟନାୟକ, ସ୍ଵାଧୀନତା ସଂଗ୍ରାମୀ ଓ ରାଜନେତା (ଜନ୍ମ: ୧୯୧୪)
- ୨୯ – ଲଳିତ ମାନସିଂହ, ଭାରତର ପୂର୍ବତନ ବୈଦେଶିକ ସଚିବ (ଜନ୍ମ: ୧୯୪୧)
ମୃତ୍ୟୁ
ପର୍ବପର୍ବାଣୀ
|
|
|
|