|
ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ - ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।
ଫକୀର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭାବରେ ପରିଚିତ ।
ଅଧିକ ଜାଣନ୍ତୁ...
|
|
ଜାନୁଆରୀ
ଜନ୍ମ
- ୧ – ଶଶି ଭୂଷଣ ରଥ, ପ୍ରଥମ ଓଡ଼ିଆ ଦୈନିକ ଖବରକାଗଜ 'ଦୈନିକଆଶା'ର ପ୍ରକାଶକ (ଜନ୍ମ: ୧୮୮୫)
- ୧ – ଭୁବନେଶ୍ଵର ବେହେରା, ଶାରଳା ପୁରସ୍କାର ସମ୍ମାନିତ ଓଡ଼ିଆ ପ୍ରାବନ୍ଧିକ, ଅଧ୍ୟାପକ ଓ ବିଜ୍ଞାନ ଲେଖକ (ଜନ୍ମ: ୧୯୧୬)
- ୧ – ସୁଧାକର ସାହୁ, ଓଡ଼ିଶୀ ନୃତ୍ୟ ଗୁରୁ (ଜନ୍ମ: ୧୯୩୫)
- ୧ – ସାଧୁ ମେହେର, ରାଷ୍ଟ୍ରୀୟ ପୁରସ୍କାର ଓ ଜୟଦେବ ପୁରସ୍କାର ସମ୍ମାନିତ ଓଡ଼ିଆ ଅଭିନେତା, ନିର୍ଦ୍ଦେଶକ, ଲେଖକ ଓ ପ୍ରଯୋଜକ (ଜନ୍ମ: ୧୯୪୦)
- ୧ – ନବକିଶୋର ମିଶ୍ର, ଗୀତୀକାର, ସଙ୍ଗୀତ ନିର୍ଦ୍ଦେଶକ ଓ ଓଡ଼ିଶୀ ଏବଂ ସମ୍ବଲପୁରୀ ନୃତ୍ୟଗୁରୁ (ଜନ୍ମ: ୧୯୬୦)
- ୨ – କାନନ ମିଶ୍ର, ଓଡ଼ିଶା ସାହିତ୍ୟ ଏକାଡେମୀ (ଅନୁବାଦ) ପୁରସ୍କାର ସମ୍ମାନିତା ସାହିତ୍ୟିକା (ଜନ୍ମ: ୧୯୪୪)
- ୩ – ଜାନକୀ ବଲ୍ଲଭ ପଟ୍ଟନାୟକ, ଓଡ଼ିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ (ଜନ୍ମ: ୧୯୨୭)
- ୩ – ପଦ୍ମ ଭୂଷଣ ତ୍ରିଲୋଚନ ପ୍ରଧାନ, ବୈଜ୍ଞାନିକ (ଜନ୍ମ: ୧୯୨୯)
- ୪ – ଜଗଦୀଶ ମହାନ୍ତି, ସାହିତ୍ୟିକ (ଜନ୍ମ: ୧୯୫୧)
- ୪ – ସରୋଜିନୀ ସାହୁ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତା ସାହିତ୍ୟିକା (ଜନ୍ମ: ୧୯୫୬)
- ୫ – ମନ୍ମଥ ନାଥ ଦାସ, ଐତିହାସିକ (ଜନ୍ମ: ୧୯୨୬)
- ୬ – ଶାନ୍ତନୁ ମହାପାତ୍ର, ସଙ୍ଗୀତଜ୍ଞ (ଜନ୍ମ: ୧୯୩୬)
- ୬ – ଯଶୋଧାରା ମିଶ୍ର, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତା ସାହିତ୍ୟିକା (ଜନ୍ମ: ୧୯୫୧)
- ୭ – ପଦ୍ମଶ୍ରୀ ଶ୍ରୀନିବାସ ଉଦ୍ଗାତା, ସାହିତ୍ୟିକ (ଜନ୍ମ: ୧୯୩୫)
- ୭ – ଜଗନ୍ନାଥ ମହାନ୍ତି, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ସାହିତ୍ୟିକ (ଜନ୍ମ: ୧୯୩୭)
- ୮ – ପଦ୍ମ ବିଭୂଷଣ କେଳୁଚରଣ ମହାପାତ୍ର, ଓଡ଼ିଶୀ ନୃତ୍ୟ ଗୁରୁ (ଜନ୍ମ: ୧୯୨୬)
- ୧୦ – ଗୋଦାବରୀଶ ମହାପାତ୍ର, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକ (ଜନ୍ମ: ୧୮୯୮)
- ୧୦ – ଶ୍ରୀୟଙ୍କା ଷଡ଼ଙ୍ଗୀ, ବନ୍ଧୁକ ଲକ୍ଷଭେଦ ପ୍ରତିଯୋଗୀ (ଜନ୍ମ: ୧୯୯୫)
- ୧୧ – ପଦ୍ମଶ୍ରୀ ସୁବ୍ରତ କୁମାର ଆଚାର୍ଯ୍ୟ, ଯକୃତ ପ୍ରତ୍ୟାରୋପଣ ବିଶେଷଜ୍ଞ ଚିକିତ୍ସକ (ଜନ୍ମ: ୧୯୫୧)
- ୧୨ – ବ୍ରଜନାଥ ରଥ, ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପ୍ରାପ୍ତ କବି (ଜନ୍ମ: ୧୯୩୬)
- ୧୩ – ବ୍ୟାସକବି ଫକୀର ମୋହନ ସେନାପତି, ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ (ଜନ୍ମ: ୧୮୪୩)
- ୧୪ – କୃଷ୍ଣଚନ୍ଦ୍ର ତ୍ରିପାଠୀ, ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ସମ୍ମାନିତ କବି (ଜନ୍ମ: ୧୯୧୧)
- ୧୪ – ଅନ୍ନଦା ପ୍ରସାଦ ରାୟ, ସାହିତ୍ୟିକ, ସାମ୍ୱାଦିକ ଓ ରାଜନେତା (ଜନ୍ମ: ୧୯୩୭)
- ୧୭ – ରାମଚନ୍ଦ୍ର ପ୍ରତିହାରୀ, ରଙ୍ଗମଞ୍ଚ ଅଭିନେତା (ଜନ୍ମ: ୧୯୩୬)
- ୧୯ – ଭକ୍ତକବି ମଧୁସୂଦନ ରାଓ, ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧର ପ୍ରଣେତା (ଜନ୍ମ: ୧୮୫୩)
- ୧୯ – ପାର୍ବତୀ ଗିରୀ, ସ୍ୱାଧୀନତା ସଂଗ୍ରାମୀ (ଜନ୍ମ: ୧୯୨୬)
- ୧୯ – ବ୍ୟୋମକେଶ ତ୍ରିପାଠୀ, ଜୟଦେବ ପୁରସ୍କାର ସମ୍ମାନିତ ନାଟ୍ୟକାର, ଅଭିନେତା ଓ ନିର୍ଦ୍ଦେଶକ (ଜନ୍ମ: ୧୯୨୯)
- ୨୦ – ବିଚ୍ଛନ୍ଦଚରଣ ପଟ୍ଟନାୟକ, ସାହିତ୍ୟିକ (ଜନ୍ମ: ୧୯୦୧)
- ୨୦ – ପ୍ରଣବ ପଟ୍ଟନାୟକ, ଜୟଦେବ ପୁରସ୍କାର ସମ୍ମାନିତ ଗାୟକ (ଜନ୍ମ: ୧୯୩୮)
- ୨୦ – ହରିହର ମିଶ୍ର, ଶାରଳା ପୁରସ୍କାର ପ୍ରାପ୍ତ ସାହିତ୍ୟିକ (ଜନ୍ମ: ୧୯୪୦)
- ୨୧ – ପଦ୍ମଶ୍ରୀ ପ୍ରତିଭା ରାୟ, ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଗାଳ୍ପିକ ଓ ଔପନ୍ୟାସିକ (ଜନ୍ମ: ୧୯୪୩)
- ୨୨ – ପଦ୍ମଶ୍ରୀ କୈଳାଶ ଚନ୍ଦ୍ର ମେହେର, ଚିତ୍ରଶିଳ୍ପୀ (ଜନ୍ମ: ୧୯୫୪)
- ୨୩ – ବୀର ସୁରେନ୍ଦ୍ର ସାଏ, ସ୍ଵାଧୀନତା ସଂଗ୍ରାମୀ (ଜନ୍ମ: ୧୮୦୯)
- ୨୩ – ସୁଭାଷ ଚନ୍ଦ୍ର ବୋଷ, ସ୍ଵାଧୀନତା ସଂଗ୍ରାମୀ (ଜନ୍ମ: ୧୮୯୭)
- ୨୫ – ବକ୍ସି ଜଗବନ୍ଧୁ, ସ୍ଵାଧୀନତା ସଂଗ୍ରାମୀ (ମୃତ୍ୟୁ: ୧୮୨୯)
- ୨୫ – ପଦ୍ମଶ୍ରୀ ପର୍ଶୁରାମ ମିଶ୍ର, ଉଦ୍ଭିଦ ବିଜ୍ଞାନୀ ଓ ଶିକ୍ଷାବିତ (ଜନ୍ମ: ୧୮୯୪)
- ୨୫ – ଫନୀ ମହାନ୍ତି, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ସାହିତ୍ୟିକ (ଜନ୍ମ: ୧୯୪୪)
- ୨୫ – ଭୁବନେଶ୍ଵରୀ ମିଶ୍ର, ଓଡ଼ିଶା ରାଜ୍ୟ ଚଳଚିତ୍ର ପୁରସ୍କାର ସମ୍ମାନିତ ପ୍ରଚ୍ଛଦପଟ ଓ ଓଡ଼ିଶୀ କଣ୍ଠଶିଳ୍ପୀ (ଜନ୍ମ: ୧୯୫୦)
- ୨୬ – ଶରତ କୁମାର ମହାନ୍ତି, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ସାହିତ୍ୟିକ (ଜନ୍ମ: ୧୯୩୮)
ମୃତ୍ୟୁ
- ୧ – ଧୀରେନ୍ଦ୍ର ପଟ୍ଟନାୟକ, ଓଡ଼ିଶୀ ନୃତ୍ୟ ଗବେଷକ ଓ ଲେଖକ (ମୃତ୍ୟୁ: ୨୦୦୯)
- ୧ – ବୈଷ୍ଣବ ଚରଣ ପଟ୍ଟନାୟକ, ସ୍ୱାଧୀନତା ସଂଗ୍ରାମୀ ଓ ରାଜନୀତିଜ୍ଞ (ମୃତ୍ୟୁ: ୨୦୧୩)
- ୨ – ଉତ୍କଳ କେଶରୀ ହରେକୃଷ୍ଣ ମହତାବ, ଓଡ଼ିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ (ମୃତ୍ୟୁ: ୧୯୮୭)
- ୩ – ଗିରିଜା ଭୂଷଣ ପଟ୍ଟନାୟକ, ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନପ୍ରାପ୍ତ ସାହିତ୍ୟିକ ଓ ସ୍ଵାଧୀନତା ସଂଗ୍ରାମୀ (ମୃତ୍ୟୁ: ୨୦୧୬)
- ୪ – ଭାନୁମତୀ ଦେବୀ, ଜୟଦେବ ପୁରସ୍କାର ସମ୍ମାନିତ ଅଭିନେତ୍ରୀ (ମୃତ୍ୟୁ: ୨୦୧୩)
- ୫ – ଶ୍ରଦ୍ଧାକର ସୁପକାର, ଗାନ୍ଧିବାଦୀ ରାଜନେତା, ସାମ୍ବାଦିକ ଓ ଲେଖକ (ମୃତ୍ୟୁ: ୧୯୯୩)
- ୬ – ନିରଞ୍ଜନ ଶତପଥୀ, ଅଭିନେତା ଏବଂ ନିର୍ଦ୍ଦେଶକ (ମୃତ୍ୟୁ: ୨୦୧୫)
- ୮ – ପଦ୍ମଶ୍ରୀ ଲକ୍ଷ୍ମୀନାରାୟଣ ସାହୁ, ଐତିହାସିକ, ସାହିତ୍ୟିକ ଓ ରାଜନୀତିଜ୍ଞ (ମୃତ୍ୟୁ: ୧୯୬୩)
- ୮ – ଉଦୟନାଥ ଷଡ଼ଙ୍ଗୀ, ଲେଖକ (ମୃତ୍ୟୁ: ୧୯୯୯)
- ୧୧ – ପଣ୍ଡିତ ମୋହନ ସୁନ୍ଦର ଦେବ ଗୋସ୍ଵାମୀ, ପ୍ରଥମ ଓଡ଼ିଆ କଥାଚିତ୍ର ନିର୍ଦ୍ଦେଶକ, ପ୍ରଯୋଜକ, ରାହାସ ଓ ଓଡ଼ିଶୀ ସଙ୍ଗୀତ ଗୁରୁ (ମୃତ୍ୟୁ: ୧୯୪୮)
- ୧୨ – ଗୋପୀନାଥ ନନ୍ଦ, ପ୍ରଥମ ଓଡ଼ିଆ ଭାଷା-ତତ୍ତ୍ଵ ଆଲୋଚକ ଓ ଗବେଷକ (ମୃତ୍ୟୁ: ୧୯୨୪)
- ୧୩ – ହର ପଟ୍ଟନାୟକ, ଅଭିନେତା, ନିର୍ଦ୍ଦେଶକ (ମୃତ୍ୟୁ: ୨୦୧୫)
- ୧୪ – ରମେଶ ପ୍ରସାଦ ମହାପାତ୍ର, ପ୍ରତ୍ନତତ୍ତ୍ୱବିଦ୍ ଓ ଓଡ଼ିଶା ଅଧ୍ୟୟନର ଗବେଷକ (ମୃତ୍ୟୁ: ୧୯୮୯)
- ୧୫ – କ୍ଷୀରୋଦ ଚନ୍ଦ୍ର ପୋଥାଳ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ସାହିତ୍ୟିକ (ମୃତ୍ୟୁ: ୨୦୧୨)
- ୧୬ – ଚିତ୍ତରଞ୍ଜନ ଦାସ, କେନ୍ଦ୍ର ସାହିତ୍ୟ ଏକାଡେମୀ (ଅନୁବାଦ) ପୁରସ୍କାର ସମ୍ମାନିତ ସାହିତ୍ୟିକ (ମୃତ୍ୟୁ: ୨୦୧୧)
- ୧୮ – ଲକ୍ଷ୍ମୀଧର ନାୟକ, ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ସମ୍ମାନିତ କବି (ମୃତ୍ୟୁ: ୨୦୦୪)
- ୧୯ – କୃଷ୍ଣଚନ୍ଦ୍ର ତ୍ରିପାଠୀ, ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ସମ୍ମାନିତ କବି (ମୃତ୍ୟୁ: ୧୯୯୭)
- ୨୨ – ପଦ୍ମଶ୍ରୀ ଗୋପାଳ ଛୋଟରାୟ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ନାଟ୍ୟକାର (ମୃତ୍ୟୁ: ୨୦୦୩)
- ୨୬ – ବୈକୁଣ୍ଠନାଥ ପଟ୍ଟନାୟକ, ସବୁଜଗୋଷ୍ଠୀର (ସବୁଜ ଯୁଗ)ର କବି (ମୃତ୍ୟୁ: ୧୯୭୯)
- ୨୮ – ରାଧାକୃଷ୍ଣ ପାତ୍ର, ଓଡ଼ିଶା ଏବଂ ସିକିମ ଉଚ୍ଚ ନ୍ୟାୟାଳୟର ପୂର୍ବତନ ମୁଖ୍ୟ ବିଚାରପତି (ମୃତ୍ୟୁ: ୨୦୧୫)
- ୩୦ – ଦୀପକ ମିଶ୍ର, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ସାହିତ୍ୟିକ (ମୃତ୍ୟୁ: ୨୦୦୮)
ପର୍ବପର୍ବାଣୀ
|
|
|
|