|
ଆର୍ଯ୍ୟଭଟ୍ଟ (ସନ ୪୭୬– ସନ ୫୫୦) ହେଉଛନ୍ତି ଜଣେ ମହାନ ଭାରତୀୟ ଗଣିତଜ୍ଞ ଓ ଖଗୋଳ ବିଜ୍ଞାନୀ । ଆର୍ଯ୍ୟଭଟୀୟ(ତାଙ୍କୁ ମାତ୍ର ୨୩ ବର୍ଷ ବୟସ ହୋଇଥିବା ବେଳେ ସନ ୪୯୯ରେ ରଚିତ) ଓ ଆର୍ଯ୍ୟ-ସିଦ୍ଧାନ୍ତ ହେଉଛି ତାଙ୍କର ମହାନ କୃତି । ସେ ମୁଖ୍ୟତଃ ଗଣିତ ଓ ଖଗୋଳ ବିଜ୍ଞାନ ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥିଲେ; ଯାହା ମଧ୍ୟରେ "ପାଇ"ର ଆସନ୍ନ ମାନ ନିରୂପଣ ଅନ୍ୟତମ।
ଯଦିଓ ତାଙ୍କ ନାମ ଅନେକ ସ୍ଥଳେ ଭୁଲବଶତଃ ଆର୍ଯ୍ୟଭଟ୍ଟ ଲେଖାଯାଏ, କିନ୍ତୁ ସମସ୍ତ ଖଗୋଳବିଜ୍ଞାନ ସାହିତ୍ୟରେ ସେ ଆର୍ଯ୍ୟଭଟ ବୋଲି ସମ୍ବୋଧିତ । [୬] ଆର୍ଯ୍ୟଭଟୀୟରେ ଆର୍ଯ୍ୟଭଟ କଳିଯୁଗର ଅବଧି ୩୬୩୦ ବର୍ଷ ବୋଲି କହିଛନ୍ତି, ସେତେବେଳେ ସେ ୨୩ ବର୍ଷର ହୋଇଥିଲେ । ଏହା ଖ୍ରୀଷ୍ଟାବ୍ଦ ୪୯୯ର କଥା, ଅର୍ଥାତ୍ ସେ ୪୭୬ରେ ଜନ୍ମଗ୍ରହଣ କରିଥିଲେ । ଆର୍ଯ୍ୟଭଟ ବିହାରର ପାଟନା (ତତ୍କାଳୀନ ପାଟଳୀପୁତ୍ର) ଠାରୁ ୩୦ କିମି (୧୯ ମାଇଲ) ଦୂର ତାରେଗ୍ନାରେ ଜନ୍ମଗ୍ରହଣ କରିଥିଲେ । ସେଠାରେ ତାଙ୍କର ଜନ୍ମର ପ୍ରମାଣ ମିଳେ । ଆର୍ଯ୍ୟଭଟ ୬ଷ୍ଠ ଶତାବ୍ଦୀରେ ତାରେଗ୍ନାରେ ଏକ ମାନମନ୍ଦିର(ଖଗୋଳବିଜ୍ଞାନପର୍ଯ୍ୟବେକ୍ଷଣ କେନ୍ଦ୍ର) ପ୍ରତିଷ୍ଠା କରିଥିଲେ ।
ପୁରା ପଢନ୍ତୁ...
|
|
ଫେବୃଆରୀ
ଜନ୍ମ
- ୧ – ସାହିତ୍ୟ ଭାରତୀ କୁନ୍ତଳା କୁମାରୀ ସାବତ (ଜନ୍ମ: ୧୯୦୧)
- ୨ – ପଦ୍ମଶ୍ରୀ ପ୍ରଫୁଲ୍ଲ କର, ଜୟଦେବ ପୁରସ୍କାର ସମ୍ମାନିତ ସଙ୍ଗୀତକାର, ଗାୟକ, ଗୀତିକାର, ଗାଳ୍ପିକ ଓ ସ୍ତମ୍ଭକାର (ଜନ୍ମ: ୧୯୩୯)
- ୩ – ଦୂତୀ ଚାନ୍ଦ, ଏକଲବ୍ୟ ପୁରସ୍କାର ସମ୍ମାନିତ ଧାବିକା (ଜନ୍ମ: ୧୯୯୬)
- ୬ – ନୀରଦପ୍ରଭା ପଟ୍ଟନାୟକ, ସ୍ଵାଧୀନତା ସଂଗ୍ରାମୀ, ସାହିତ୍ୟିକ ଓ ଶିକ୍ଷାବିତ (ଜନ୍ମ: ୧୯୨୬)
- ୯ – ଗିରିଜା ଭୂଷଣ ପଟ୍ଟନାୟକ, ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନପ୍ରାପ୍ତ ସାହିତ୍ୟିକ ଓ ସ୍ଵାଧୀନତା ସଂଗ୍ରାମୀ (ଜନ୍ମ: ୧୯୩୧)
- ୧୧ – ସୁରେନ୍ଦ୍ରନାଥ ଦ୍ଵିବେଦୀ, ସ୍ଵାଧୀନତା ସଂଗ୍ରାମୀ, ସାମ୍ବାଦିକ, ରାଜନେତା ଓ ଲେଖକ (ଜନ୍ମ: ୧୯୧୩)
- ୧୩ – ଜୀବନାନନ୍ଦ ପାଣି, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନୀତ ଅନୁବାଦକ ଓ ଗୀତିକାର (ଜନ୍ମ: ୧୯୩୩)
- ୧୫ – ରାମକୃଷ୍ଣ ନନ୍ଦ, ଶିଶୁ ସାହିତ୍ୟକ ଓ ଗୀତିକାର (ଜନ୍ମ: ୧୯୦୬)
- ୧୮ – ପ୍ରତାପ ଚନ୍ଦ୍ର ଭଞ୍ଜଦେଓ, ମୟୂରଭଞ୍ଜର ରାଜା (ଜନ୍ମ: ୧୯୦୧)
- ୨୧ – ଉପେନ୍ଦ୍ର କିଶୋର ଦାସ, ଓଡ଼ିଆ ସାହିତ୍ୟିକ ଓ ସ୍ୱାଧୀନତା ସଂଗ୍ରାମୀ (ଜନ୍ମ: ୧୯୦୧)
- ୨୩ – ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର (ଜନ୍ମ: ୧୭୬୦)
- ୨୫ – ରାମକୃଷ୍ଣ ନନ୍ଦ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନୀତ ଶିଶୁ ସାହିତ୍ୟିକ (ଜନ୍ମ: ୧୯୦୬)
- ୨୭ – ପଦ୍ମଶ୍ରୀ ମନୋଜ ଦାସ, ସରସ୍ଵତୀ ସମ୍ମାନ ପ୍ରାପ୍ତ ସାହିତ୍ୟିକ (ଜନ୍ମ: ୧୯୩୪)
ମୃତ୍ୟୁ
- ୧ – ପଣ୍ଡିତ ରଘୁନାଥ ମୁର୍ମୁ, ଅଲ ଚିକି ଲିପିର ଜନକ (ମୃତ୍ୟୁ: ୧୯୮୨)
- ୧ – ଅସୀମ ବସୁ, ଚିତ୍ରକର, ଅଭିନେତା, ନିର୍ଦ୍ଦେଶକ, ସାହିତ୍ୟିକ ଏବଂ କଳା ନିର୍ଦ୍ଦେଶକ (ମୃତ୍ୟୁ ୨୦୧୭)
- ୩ – ଦୁର୍ଗାମାଧବ ମିଶ୍ର, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ସାହିତ୍ୟିକ (ମୃତ୍ୟୁ: ୧୯୯୭)
- ୪ – ମଧୁସୂଦନ ଦାସ, ସ୍ଵାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା (ମୃତ୍ୟୁ: ୧୯୩୪)
- ୯ – ପ୍ରଫୁଲ୍ଲ ମହାନ୍ତି, ଓଡ଼ିଆ କଥାଚିତ୍ର ନିର୍ଦ୍ଦେଶକ (ମୃତ୍ୟୁ:୨୦୧୩)
- ୧୧ – ପଦ୍ମ ଭୂଷଣ ରାଧାନାଥ ରଥ, ସାମ୍ବାଦିକ, ସମ୍ପାଦକ, ସାହିତ୍ୟିକ, ଶିକ୍ଷାବିତ, ରାଜନେତା ଓ ସମାଜସେବୀ (ମୃତ୍ୟୁ: ୧୯୯୮)
- ୧୨ – କୃପାସିନ୍ଧୁ ମିଶ୍ର, ସତ୍ୟବାଦୀ ଯୁଗର ଓଡ଼ିଆ ସାହିତ୍ୟିକ, ଐତିହାସିକ ଓ ଶିକ୍ଷକ (ମୃତ୍ୟୁ: ୧୯୨୬)
- ୧୩ – ପ୍ରସନ୍ନ କୁମାର ମିଶ୍ର, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ସାହିତ୍ୟିକ (ମୃତ୍ୟୁ: ୨୦୧୪)
- ୧୫ – ବିବୁଧେନ୍ଦ୍ର ମିଶ୍ର, ସ୍ଵାଧୀନତା ସଂଗ୍ରାମୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ, ଆଇନଜୀବୀ, କ୍ରିଡ଼ା ସଂଗଠକ, ଲେଖକ (ମୃତ୍ୟୁ: ୨୦୧୨)
- ୧୭ – ପଦ୍ମଶ୍ରୀ ମନୋରଞ୍ଜନ ଦାସ, ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ଓ ଶାରଳା ପୁରସ୍କାର ସମ୍ମାନିତ ସାହିତ୍ୟିକ (ମୃତ୍ୟୁ: ୨୦୧୩)
- ୧୮ – ନିଖିଳ ବରଣ ସେନଗୁପ୍ତା, କଳା ନିର୍ଦ୍ଦେଶକ, ଅଭିନେତା, ରଙ୍ଗ ଶିଳ୍ପୀ (ଜନ୍ମ: ୨୦୧୪)
- ୧୯ – ଭୁବନେଶ୍ଵରୀ ମିଶ୍ର, ଓଡ଼ିଶା ରାଜ୍ୟ ଚଳଚିତ୍ର ପୁରସ୍କାର ସମ୍ମାନିତ କଣ୍ଠଶିଳ୍ପୀ (ମୃତ୍ୟୁ: ୨୦୧୬)
- ୨୧ – ବାମାଚରଣ ମିତ୍ର, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନୀତ ଲେଖକ ଓ ଅନୁବାଦକ (ମୃତ୍ୟୁ: ୧୯୭୫)
- – ପଦ୍ମଶ୍ରୀ ରାଧାମୋହନ ଗଡ଼ନାୟକ, ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ସମ୍ମାନିତ କବି (ମୃତ୍ୟୁ: ୨୦୦୦)
- ୨୨ – ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ, ମୟୂରଭଞ୍ଜର ରାଜା ଓ ଭାଷା ଆନ୍ଦୋଳନର ପୁରୋଧା (ମୃତ୍ୟୁ: ୧୯୧୨)
- ୨୩ – ରାଜେନ୍ଦ୍ର ନାରାୟଣ ସିଂହଦେଓ, ଓଡ଼ିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ (ମୃତ୍ୟୁ: ୧୯୭୫)
- – ସୌରୀନ୍ଦ୍ର ବାରିକ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ସାହିତ୍ୟିକ (ମୃତ୍ୟୁ: ୨୦୧୬)
- ୨୪ – କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ଓଡ଼ିଶାର ରାଜ୍ୟଗାନ 'ବନ୍ଦେ ଉତ୍କଳ ଜନନୀ'ର ରଚୟିତା (ମୃତ୍ୟୁ: ୧୯୫୩)
- ୨୫ – ପଦ୍ମଶ୍ରୀ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ପ୍ରତ୍ନତତ୍ତ୍ୱବିଦ, ଐତିହାସିକ ଏବଂ ଗବେଷକ (ମୃତ୍ୟୁ: ୧୯୮୭)
- ୨୮ – ବୀର ସୁରେନ୍ଦ୍ର ସାଏ, ସ୍ଵାଧୀନତା ସଂଗ୍ରାମୀ (ମୃତ୍ୟୁ: ୧୮୮୪)
ପର୍ବପର୍ବାଣୀ
|
|
|
|
|
ତାଳ ପୋଡ଼ପିଠା
ସ୍ଵତ୍ତ୍ଵାଧିକାରୀ: ସଂଗ୍ରାମ
|
|
|
|
|
|