Odisha news

ମିସିଗନ ବିଶ୍ୱବିଦ୍ୟାଳୟର ଖୁଲାସା : ସଫ୍ଟ ଡ୍ରିଂକ୍ସ ହ୍ରାସ କରିଥାଏ ଆୟୁ, ଜାଣି ରଖିବା ଉଚିତ

0

କିଛିଟା ଜିନିଷ ଏଭଳି ରହିଥାଏ ଯାହାକୁ ଆମେ ନଭାବି ଚିନ୍ତି ସେବନ କରିଥାଉ l ବିଶେଷ ଭାବରେ ଛୋଟ ପିଲାଙ୍କ ଖାଦ୍ୟପେୟ ପ୍ରତି ଆମେ ବିଶେଷ ସତର୍କ ଦେଇ ନଥାଉ l ଆମେ ସେମାନଙ୍କ ଜିଦି କୁ ରଖିବାକୁ ଯାଇ ଚିପ୍ସ, କୋଲ୍ଡ ଡ୍ରିଂକ୍ସ ଭଳି ଅନେକ ପ୍ରକାରର ଜିନିଷ ଖାଇବାକୁ ଦେଇଥାଉ l କଣ ଆପଣ ଜାଣିଛନ୍ତୁ ଏହିସବୁ ଜିନିଷକୁ ସେବନ କରିବା ଦ୍ୱାରା ଆୟୁଷ ହାନି ହୋଇଥାଏ l

କିନ୍ତୁ ମିସିଗନ ବିଶ୍ୱବିଦ୍ୟାଳୟ ର ଗବେଷଣା ଅନୁସାରେ କୋଲ୍ଡ଼ ଡ୍ରିଂକ୍ସ, ଚିପ୍ସ, ପିଜା, ବର୍ଗର ଇତ୍ୟାଦି ସେବନ କରିବା ଦ୍ୱାରା ଶରୀର ପାଇଁ ବିପଦପୂର୍ଣ୍ଣ ହୋଇଥାଏ l ଏହା ଆମ ପାଟିକୁ ସୁଆଦିଆ ଲାଗିଥିବା କାରଣରୁ ଆମେ ଖାଇ ଚାଲିଥାଉ କିନ୍ତୁ ଏହା ପଛର ଭୟାନକ କାରଣ ଜାଣି ନଥାଉ l

– ଏହି ଗବେଷଣାରେ ଅନେକ ଗୁଡିଏ ଜିନିଷର ତାଲିକା ପ୍ରସ୍ତୁତ କରାଯାଇଛି l ନେଚର ଫୁଡ ଜର୍ଣ୍ଣାଲ ରେ ଛପା ଯାଇଥିବା ଷ୍ଟଡି ଅନୁସାରେ, ଯେଉଁଠାରେ ଭଲ ଗୁଣବତା ଥିବା ଖାଦ୍ୟ ପଦାର୍ଥ କୁ ସେବନ କରିବା ଦ୍ୱାରା ଯେପରି ଆୟୁଷ ବୃଦ୍ଧି ହୋଇଥାଏ, ସେଭଳି ଖରାପ ଜିନିଷ ଖାଇବା ଦ୍ୱାରା ଆମର ଆୟୁ ହ୍ରାସ ହୋଇଥାଏ l

– ମିଳିଥିବା ସୂଚନା ଅନୁସାରେ ଏହି ଗବେଷଣାରେ କୁହାଯାଇଛି ଯେ ମିସିଗନ ବିଶ୍ୱବିଦ୍ୟାଳୟର ଏକ୍ସପର୍ଟ ମାନଙ୍କ ସୂଚନା ଅନୁସାରେ କିଛିଟା ଜିନିଷ କୁ ସ୍ବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ l ଯେପରିକି ମଧୁମେହ ସମସ୍ୟା, କାର୍ଡିଆକ ପ୍ରୋବ୍ଲେମ ସହିତ ଆୟୁ ହ୍ରାସ ହେବାର ରହିଥାଏ ସମ୍ଭାବନା l

– ମିଳିଥିବା ସୂଚନା ଅନୁସାରେ କେଉଁସବୁ ଖାଦ୍ୟ ଆମ ଜୀବନ ର କେତେ ଆୟୁ କମାଇ ଥାଏ ଆସନ୍ତୁ ଜାଣିବା l

– ଚୀଜ ବର୍ଗର – ୮ .୮ ମିନିଟ
– ସଫ୍ଟ ଡ୍ରିଂକ୍ସ ଓ କୋଲଡ ଡ୍ରିଂକ୍ସ – ୧୨ . ୪ ମିନିଟ
– ପିଜା – ୭ . ୮ ମିନିଟ
– ପ୍ରୋସେସଡ଼ ଫୁଡ – ୨୬ ମିନିଟ

ଏହିସବୁ ଜିନିଷ ଖାଇବା ଦ୍ୱାରା ଆୟୁ ବୃଦ୍ଧି ହୋଇଥାଏ
– ପିନଟ ବଟର – ୩୩. ୧ ମିନିଟ ଆୟୁ ବୃଦ୍ଧି ହୋଇଥାଏ
– ଟମାଟୋ – ୩ . ୮ ମିନିଟ
– ଏବାକୋଡା – ୧ . ୫ ମିନିଟ
– ସେଲମନ ଫିସ – ୧୩ ମିନିଟ ବୃଦ୍ଧି ହୋଇଥାଏ l

Leave A Reply