Odisha news

ସାଉଦି ପ୍ରିନ୍ସ କୁ ନେଇ ଟୁଇଟ କରିବା ମହିଳାଙ୍କ ପାଇଁ ପଡିଲା ଭାରି, ଭୋଗିବେ ୪୫ ବର୍ଷ ଜେଲ୍ ଦଣ୍ଡ

0

ନୂଆଦିଲ୍ଲୀ : ସାଉଦି ଆରବ ର ନୋରା ନାମକ ଜଣେ ମହିଳା ଙ୍କୁ ଗୋଟିଏ ଟୁଇଟ କରିବା ପାଇଁ ୪୫ ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ପଡିଛି l ମହିଳାଙ୍କ ଉପରେ ଆରୋପ ଲାଗିଛି ଯେ ସେ ଇଣ୍ଟରନେଟ ର ବ୍ୟବହାର କରି ସାଉଦି ଆରବ ର ସାମାଜିକ ଅସ୍ତିତ୍ଵକୁ ନଷ୍ଟ କରିଛନ୍ତି l କିନ୍ତୁ ବର୍ତମାନ ଏହି ମାମଲାରେ ଗୋଟିଏ ନୂଆ ଖୁଲାସା ହୋଇଛି ଯେଉଁଥିରେ କୁହାଯାଇଛି ଯେ ମହିଳା ଜଣଙ୍କ ଏପରି କଣ ଟୁଇଟର ରେ ଲେଖିଦେଲେ ଯେ ଯେଉଁ କାରଣରୁ ତାଙ୍କୁ ଏତେ ବର୍ଷର ସଜା ଶୁଣା ହୋଇଛି l

ମହିଳା ଜଣଙ୍କ ସାଉଦି ପ୍ରିନ୍ସ ଙ୍କ ବିଷୟରେ କିଛି ଲେଖି ଦେଇଥିଲେ l ବିଶେଷ ଭାବରେ ମିଳିଥିବା ସୂଚନା ଅନୁସାରେ ଉକ୍ତ ମହିଳା ଜଣଙ୍କ କିଙ୍ଗ ସଲମାନ ଓ କ୍ରାଉନ ପ୍ରିନ୍ସ ମୋହମଦ ବିନ ସଲମାନ ଙ୍କ ବିରୁଦ୍ଧରେ ଟୁଇଟର ରେ ଲେଖି ଥିଲେ l ମହିଳା ଜଣଙ୍କ ‘ ଧର୍ମ ଓ ନ୍ୟାୟ କୁ ଆହ୍ୱାନ ଦେବା ପାଇଁ ‘ ଏହି ଦୁଇ ଜଣଙ୍କ ବିରୁଦ୍ଧରେ ଲେଖିଥିଲେ l ଏହାପରେ ମହିଳା ଙ୍କୁ ୪୫ ବର୍ଷ ଜେଲ୍ ଦଣ୍ଡ ଶୁଣା ଯାଇଥିଲା l

ଗଣମାଧ୍ୟମ ସୂଚନା ଅନୁସାରେ ନୁରା ନାମକ ଏହି ମହିଳା ଗତ ସପ୍ତାହ ରେ ୪୫ ବର୍ଷ ଜେଲ ଦଣ୍ଡ ଶୁଣା ଯାଇଥିଲା l ସାଉଦି ଅଧିକାରୀ ମାନେ ନୁରା ଙ୍କ ଟୁଇଟକୁ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ମତ ଦେଇଛନ୍ତି l ଅଦାଲତ ରେ ମହିଳାଙ୍କୁ ଦଣ୍ଡ ଦେଇ କହିଛନ୍ତି ଯେ ମହିଳାଙ୍କ ଟୁଇଟ ଦେଶର ସାମାଜିକ ଅସ୍ତିତ୍ବ ଉପରେ ପ୍ରଶ୍ନ ଉଠାଇବା ସହିତ ଦେଶର ସାର୍ବଜନିକ ବ୍ୟବସ୍ଥା କୁ ବିଗାଡି ଓ ସମାଜ ର ସୁରକ୍ଷା ଓ ଦେଶର ସୁରକ୍ଷା କୁ ଅସ୍ଥିର କରିବାକୁ ଚାହିଁଛନ୍ତି l ଅଦାଲତ ମଧ୍ୟ ମହିଳାଙ୍କ ଉପରେ ଟିପ୍ପଣୀ କରିଛନ୍ତି l ନୁରା ଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ସାଇବର ଅପରାଧ ବିରୋଧୀ ନିୟମ ଅନୁସାରେ କରା ଯାଇଛି l

Leave A Reply