Odisha news

ପୂତିନଙ୍କ ଚେତାବନୀ : ୟୁକ୍ରେନ ଉପରେ ଦୃତ ଗତିରେ ଆକ୍ରମଣ ବଢ଼ାଇବ ଋଷ

0
ନୂଆଦିଲ୍ଲୀ : ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୂତିନ ପୁନର୍ବାର ଆକ୍ରମଣ ଅନ୍ଦାଜ୍ କୁ ଆସିଛନ୍ତି । ସେ ଋଷ ସେନା ଙ୍କୁ ମୋବିଲାଇଯେଶନ ର ଆଦେଶ ଦେଇଛନ୍ତି । ଏହା ସହିତ ପଶ୍ଚିମ ଦେଶ ଗୁଡ଼ିକୁ ଚେତାବନୀ ଦେଇ କହିଛନ୍ତି ଯେ ଆମ କଥାକୁ ହାଲୁକା ରେ ନିଅନ୍ତୁ ନାହିଁ । ପୂତିନ କହିଛନ୍ତି ଯେ ଆମେ ଋଷ ର ସୁରକ୍ଷା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଅଛୁ । ପୂତିନ ଙ୍କ ପକ୍ଷରୁ ୩ଲକ୍ଷ ଅତିରିକ୍ତ ସୈନ୍ୟ ମୁଭ୍ ମେଣ୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବୁଧବାର ଦିନ ଭ୍ଲାଦି ମିର୍ ପୂତିନ ଗୋଟିଏ ଟିଭି ଚ୍ୟାନେଲ କୁ ପ୍ରସାରିତ ଭାଷଣ ରେ ଏହି କଥା କହିଛନ୍ତି ।
ବିଶେଷ ଭାବରେ ଋଷ ୪ଟି କ୍ଷେତ୍ରକୁ ମିଶାଇବା ର ଯୋଜନା ପ୍ରସ୍ତୁତ କରିଛନ୍ତି । ଶୁକ୍ରବାର ଠାରୁ ଲୁହାନସକ, ଖେରସନ୍ ଓ ଦୋନେ ସ୍ତକ ସମେତ ୪ଟି ପ୍ରାନ୍ତ ରେ ରେଫରେଣ୍ଡମ୍ ଆରମ୍ଭ ହେବ । କୁହାଯାଇଛି ଯେ ଋଷ ର ଈଶାରା ରେ ଏହି ରେଫାରେଣ୍ଡମ୍ ପ୍ରସ୍ତୁତ ହୋଇଛି । ଇତି ମଧ୍ୟରେ ପୂତିନ ପଶ୍ଚିମ ଦେଶ ଗୁଡ଼ିକୁ ଆରୋପ ଲଗାଇ କହିଛନ୍ତି ଯେ ସେ ନ୍ୟୁକ୍ଲିଆର ବ୍ଲାକ ମେଲ କରୁଛି । ସେ କହିଛନ୍ତି ଯେ ନାଟୋ ଦେଶ ଗୁଡ଼ିକ ଉପରେ ଆରୋପ ଲଗାଇ ଛନ୍ତି ଯେ ନ୍ୟୁକ୍ଲିଆର୍ ବ୍ଲାକ ମେଲିଂ କରୁଛନ୍ତି ଓ ଋଷ ବିରୁଦ୍ଧରେ ଏଭଳି ମନ୍ତବ୍ୟ ଦେଇ ନାଟୋ ଦେଶ ଗୁଡ଼ିକ ଠିକ୍ କରୁ ନାହାନ୍ତି । ସେମାନେ ଏହା ଜାଣି ରଖିବା ଉଚିତ୍ ଯେ ଋଷ ନିକଟରେ ମଧ୍ୟ ସମସ୍ତ ଆବଶ୍ୟକୀୟ ସାଧନ ରହିଛି ନାଟୋ ଦେଶଙ୍କ ମୁକାବିଲା କରିବା ପାଇଁ ।

Leave A Reply