Odisha news

ଜଳୁଛି ଇରାନ : ତେଜିଲା ହିଜାବ ବିବାଦ, ପୋଲିସ ହାଜତ ରେ ଯୁବତୀଙ୍କ ମୃତ୍ୟୁ

0

ନୂଆଦିଲ୍ଲୀ : ଇରାନ ମାଟି ବର୍ତମାନ ହିଜାବ ର ବିରୋଧ ପ୍ରଦର୍ଶନ କୁ ନେଇ ଜଳୁଛି l ମହିଳା କ୍ରାନ୍ତି ଦିନକୁ ଦିନ ବଢ଼ିବାରେ ଲାଗିଛି l ପୋଲିସ ହାଜତ ରେ ଜଣେ ୨୨ ବର୍ଷୀୟା ମହିଳାଙ୍କର ମୃତ୍ୟୁ ହେବା ପରେ ଏହି ପ୍ରଦର୍ଶନ ଆହୁରି ତୀବ୍ର ରୂପ ନେଇଛି l  ହିଜାବ ପିନ୍ଧିବା କୁ ବିରୋଧ କରି ବର୍ତମାନ ପର୍ଯ୍ୟନ୍ତ ୯ଜଣ ମହିଳା ଙ୍କର ମୃତ୍ୟୁ ହୋଇ ସାରିଛି l ଇଂସ୍ଟଗ୍ରାମ ଓ ହ୍ଵାଟ୍ସଆପ ଉପରେ ପ୍ରତିବନ୍ଧକ ଲାଗିଛି l ଅନେକ ଗୁଡିଏ ସହରରେ ଉଗ୍ର ପ୍ରଦର୍ଶନ ଚାଲିଛି l ସୁରକ୍ଷା ଦୃଷ୍ଟିରୁ ସୈନ୍ୟ ମାନଙ୍କୁ ମୁତୟନ କରାଯାଇଛି l

୧୯୭୯ ପରେ ଇରାନ ରେ ଇସ୍ଲାମିକ କ୍ରାନ୍ତିର ଆଗମନ ହୋଇଥିଲା ଓ ମହିଳାମାନଙ୍କ  ହିଜାବ ପିନ୍ଧିବା ଆବଶ୍ୟକ ବୋଲି କୁହାଯାଇ ଥିଲା l କିନ୍ତୁ ଆଜି ଯଦି ମହିଳା ମାନେ ଘର ବାହାରକୁ ବହାରୀବେ ତେବେ  ହିଜାବ ପିନ୍ଧିବା ଅନିର୍ଵାଯ୍ୟ ଅଟେ l ଏହି ପାବନ୍ଦୀ ୯ବର୍ଷର ଝିଅ ମାନଙ୍କ ପାଇଁ ମଧ୍ୟ ଲାଗୁ ହୋଇଛି l ପୋଲିସ ହାଜତ ରେ ଯେଉଁ ମହିଳାଙ୍କର ମୃତ୍ୟୁ ହୋଇଛି ତାଙ୍କ ମୃତ୍ୟୁ କୁ ନେଇ ଆମେରିକା ଓ ୟୁରୋପୀୟ ସଂଘ ପ୍ରତିବାଦ ଓ ନିନ୍ଦା କରିଛନ୍ତି l କିନ୍ତୁ ପୋଲିସ ପକ୍ଷରୁ କୁହାଯାଇ ଥିଲା ଯେ ଉକ୍ତ ମହିଳାଙ୍କର ହୃଦଘାତ ରେ ମୃତ୍ୟୁ ହୋଇଥିଲା l ଏହି ଘଟଣା ପରେ ଇରାନ ରେ ନୂଆ କ୍ରାନ୍ତିର ଜନ୍ମ ହୋଇଛି ଓ ଆଜି ୭୦ ପ୍ରତିଶତ ମହିଳା ସୋସିଆଲ ମିଡ଼ିଆ ଜରିଆରେ  ହିଜାବ ର ବିରୋଧ କରୁଛନ୍ତି l

ଇରାନ ର ସମସ୍ତ ସ୍ଥାନରେ ମହିଳା ମାନେ  ହିଜାବ କୁ ନେଇ ବିରୋଧ ପ୍ରଦର୍ଶନ କରୁଛନ୍ତି l ନୋ ଟୁ  ହିଜାବ କୁ ନେଇ ସୋସିଆଲ ମିଡିଆରେ ଗୋଟିଏ ଟ୍ରେଣ୍ଡ ଚାଲିଛି l ସୂଚନା ଯୋଗ୍ୟ ଯେ ଆଫଗାନିସ୍ତାନ ପରେ ଇରାନ ଦୁନିଆର ଦ୍ଵିତୀୟ ସ୍ଥାନ ଯେଉଁଠି ମହିଳା ମାନଙ୍କ ପାଇଁ ସାର୍ବଜନିକ  ସ୍ଥାନରେ  ହିଜାବ ଅନିର୍ଵାଯ୍ୟ l ଇରାନ ରେ  ହିଜାବ ବ୍ୟବସ୍ଥାକୁ ଦେଖିବା ପାଇଁ ସ୍ୱତନ୍ତ୍ର ଟିମ୍ ଅଛନ୍ତି l ସେମାନଙ୍କ କାମ ହେଲା  ହିଜାବ କୁ ସମସ୍ତେ ଗୁରୁତ୍ୱ ଦେଉଛନ୍ତି ନାହିଁ, ଯଦି ଦେଉ ନଥିବେ ତେବେ ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆ ଯାଇଥାଏ l ବର୍ତମାନ ଇରାନ ରେ ସମସ୍ତ ଖବର କାଗଜ ଓ ନ୍ୟୁଜ ଚାନେଲ ଉପରେ ସରକାରଙ୍କ ନିୟନ୍ତ୍ରଣ ରହିଛି l ସରକାରଙ୍କ ବିରୁଦ୍ଧରେ ଛପାଉ ଥିବା ଖବର କୁ ନେଇ ପତ୍ରକାର ଙ୍କୁ ଗିରଫ କରାଯାଉଛି l

Leave A Reply