Odisha news

କରୋନାର ନୂଆ ଭାରୀଏଣ୍ଟ ସମୟରେ ନିଜ ଇମ୍ୟୁନିଟି କୁ ମଜବୁତ କରିବା ପାଇଁ ଏହିସବୁ ଫଳକୁ ନିଜ ଖାଦ୍ୟରେ ସାମିଲ କରନ୍ତୁ

0

ଗ୍ରୀଷ୍ମ ଋତୁରେ ସବୁଠୁ ଅଧିକ ଖାଇବା ପିଇବା ଉପରେ ଆମର ଖରାପ ପ୍ରଭାବ ପଡିଥାଏ l ତେଣୁ ବିଶେଷଜ୍ଞ ମାନଙ୍କ ମତରେ ପାନୀୟ ସହିତ ଏପରି କିଛି ଖାଦ୍ୟକୁ ନିଜ ଆହାରରେ ସାମିଲ କରିବା ଉଚିତ ଯାହାଦ୍ୱାରା ଆମର ରୋଗ ପ୍ରତିରୋଧକ କ୍ଷମତା ବଢିବା ସହିତ ବିଭିନ୍ନ ରୋଗରୁ ମଧ୍ୟ ରକ୍ଷା କରିବ l

ନିକଟରେ ହୋଇଥିବା ଗୋଟିଏ ଗବେଷଣା ଅନୁସାରେ ପ୍ରତିଦିନ ଅଧିକ ମାତ୍ରାରେ ପାଣି ପିଇବା ଦ୍ୱାରା ଆମ ଶରୀର ର ବିଷାକ୍ତ ପଦାର୍ଥ ଗୁଡିକ ଝାଳ ଆକାରରେ ବହି ଯାଇଥାଏ l ତା ସହିତ ବର୍ତମାନ କରୋନା ର ନୂଆ ଭାରୀଏଣ୍ଟ ଭାରତରେ ଦେଖା ଦେଇଥିବା ସମୟରେ ନିଜର ରୋଗ ପ୍ରତିରୋଧକ କ୍ଷମତା ସର୍ବ ପ୍ରଥମେ ବଢାଇବା ଆବଶ୍ୟକ, ଏହାକୁ ଆଖି ଆଗରେ ରଖି ଗବେଷକ ମାନେ ବିଶେଷ ଭାବରେ ଭିଟାମିନ ସି ଯୁକ୍ତ ଫଳ ଖାଇବାକୁ କହିଛନ୍ତି l

– ଭିଟାମିନ ସି ରେ ଭରପୁର ପିଜୁଳି :
ଏହି ଫଳଟି ଖୁବ ଶସ୍ତା ଓ ସହଜ ରେ ମିଳି ଯାଇଥାଏ l ପିଜୁଳି ରେ କମଳା ଠାରୁ ଅଧିକ ମାତ୍ରାରେ ଭିଟାମିନ ସି ରହିଥାଏ l ଯାହା ଆପଣଙ୍କ ଇମ୍ୟୁନିଟି ବଢାଇବାରେ ସାହାଯ୍ୟ କରିଥାଏ l ପିଜୁଳି ରେ କ୍ୟାଲୋରୀ ଖୁବ କମ ମାତ୍ରାରେ ରହିଥାଏ l ଯାହାଦ୍ୱାରା ଓଜନ ହ୍ରାସ ହେବାରେ ମଧ୍ୟ ସାହାଯ୍ୟ ମିଳିଥାଏ l

– ଭିଟାମିନ ସି ରେ ଭରପୁର ଆମ୍ବ :
ଆମ୍ବ କୁ ଫଳ ମାନଙ୍କର ରାଜା କୁହାଯାଏ l ସ୍ୱାଦ ରେ ଭରପୁର ହେବା ସହିତ ଇମ୍ୟୁନିଟି ବଢ଼ିବାରେ ମଧ୍ୟ ସାହାଯ୍ୟ କରିଥାଏ l ଭିଟାମିନ ସି ଛଡା ଆମ୍ବ ରେ ଭିଟାମିନ ଏ ମଧ୍ୟ ରହିଥାଏ l ଯାହା ଆଖିର ଦୃଷ୍ଟି ଶକ୍ତି ବୃଦ୍ଧି କରିଥାଏ l

– ଭିଟାମିନ ସି ରେ ଭରପୁର ଅମୃତଭଣ୍ଡା :
ଏହି ଫଳଟି ପ୍ରତ୍ୟକ ଋତୁରେ ମିଳିଥାଏ l ଅମୃତଭଣ୍ଡା ପାଚନ ତନ୍ତ୍ରକୁ ଠିକ କରିଥାଏ l ପେଟ ସମ୍ବନ୍ଧୀୟ ସମସ୍ତ ଅସୁବିଧା ଦୂର ହୋଇଥାଏ କଞ୍ଚା ଓ ପାଚିଲା ଅମୃତଭଣ୍ଡା ଦ୍ୱାରା l ଏହା ଛଡା ଏଥିରେ ଭିଟାମିନ ସି ରହିଥିବା କାରଣରୁ ରୋଗ ପ୍ରତିଷେଧକ କ୍ଷମତା ବୃଦ୍ଧି ପାଇଥାଏ l

– ଭିଟାମିନ ସି ରେ ଭରପୁର ସପୁରି :
ସପୁରି ଇମ୍ୟୁନିଟି ବଢାଇବା ସହ ହାଡ଼ କୁ ମଜବୁତ କରିଥାଏ l ସପୁରି ରେ ଅନେକ ପ୍ରକାର ଖଣିଜ ପଦାର୍ଥ ରହିଛି l ବିଶେଷ ଭାବରେ ଏଥିରେ ଥିବା ମାଙ୍ଗାନିଜ ଶରୀରକୁ ଶକ୍ତି ପ୍ରଦାନ କରିବା ସହ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ l

Leave A Reply

Your email address will not be published.