Odisha news

କରୋନା ସଚେତନତା କରିବା ପାଇଁ ବର୍ତ୍ତମାନ ସଡକକୁ ଆସିଲା ‘ରୋବୋର୍ଟ ଡଗ’

0

ନୂଆଦିଲ୍ଲୀ : ବିଶ୍ୱର ଅଧିକାଂଶ ସ୍ଥାନରେ ପୁନର୍ବାର କରୋନା ଆଶଙ୍କା ଦେଖା ଦେଇଛି l ଚୀନ ର ସାଂଘାଇ ସହରରେ କରୋନା କାୟା ବିସ୍ତାର କରି ଚାଲିଛି l ଚୀନ ପ୍ରଶାସନ ପକ୍ଷରୁ ସାଂଘାଇ ସହରରେ ଲକ ଡାଉନ ଲଗା ଯାଇଛି l ଏଭଳି ସ୍ଥିତିରେ ସାଂଘାଇ ରାସ୍ତାରେ ଗୋଟିଏ ଏପରି ଭିଡିଓ ଦେଖିବାକୁ ମିଳିଛି ଯାହା ଲୋକ ମାନଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି l ଏଠାରେ କରୋନା ବିରୁଦ୍ଧରେ ଜନସାଧାରଣ ଙ୍କ ସୁରକ୍ଷା ଦୃଷ୍ଟିରୁ ରୋବୋର୍ଟ ଡଗ ରାସ୍ତାରେ ଛଡା ଯାଇଛି l

ସାଂଘାଇ ସଡ଼କ ରେ ଏହି ରୋବୋର୍ଟ ଡଗ ଟି ସମସ୍ତଙ୍କୁ କରୋନା ସଚେତନତା କରାଉଛି l ଏହି ଡଗ ଉପରେ ଗୋଟିଏ ଲାଉଡ଼ ସ୍ପିକର ମଧ୍ୟ ଲଗା ଯାଇଛି l ଯାହା ଦ୍ୱାରା ଚୀନ ସରକାରଙ୍କ ଦ୍ୱାରା ଲୋକ ମାନଙ୍କୁ ବାରମ୍ବାର ହାତ ଧୋଇବା, ମାସ୍କ ପିନ୍ଧିବା, ନିଜ ଶରୀରର ତାପମାତ୍ରା ଚେକ କରିବା କୁ ଜାଗରଣ କରାଯାଉଛି l ଏହି ରୋବୋର୍ଟ ଡଗ ଟି ସମ୍ପୂର୍ଣ ଭାବରେ ସତସତିକା ଭାବରେ ଗୋଟିଏ କୁକୁର ଭଳି ଦେଖା ଯାଉଛି l

ଚୀନ ସରକାରଙ୍କୁ ପକ୍ଷରୁ ସାଂଘାଇ ସମେତ ଅଧିକାଂଶ ସହର ରେ ଲକଡାଉନ ଘୋଷଣା କରାଯାଇଛି l ବର୍ତମାନ କରୋନା ସଂକ୍ରମଣ କୁ ନେଇ ସାଂଘାଇ ଖୁବ ବିପଦ ପୁର୍ଣ ସହର ଭାବରେ ଦେଖା ଯାଇଛି l ଖାଇବା ଜିନିଷ ମିଳିବା କଷ୍ଟକର ହୋଇ ଯାଇଛି l ମିଳିଥିବା ସୂଚନା ଅନୁସାରେ ଅବସ୍ଥା ଏପରି ହୋଇ ଯାଇଛି ଯେ ବିନା ଖାଦ୍ୟରେ ସେଠାକାର ଲୋକଙ୍କୁ ଜୀବନ ଅତିବାହିତ କରିବାକୁ ପଡୁଛି l

Leave A Reply

Your email address will not be published.