କୁହାଯାଉଛି ଯେ ନିୟୋକଭ ଦକ୍ଷିଣ ଆଫ୍ରିକାରେ ବାଦୁଡ଼ି ମାନଙ୍କ ନିକଟରୁ ଆସିଛି l ଗବେଷଣାରୁ ଜଣା ପଡିଛି ଯେ ଏହି ଭାଇରସ ଖୁବ କ୍ଷତିକାରକ ଓ ଭୟଙ୍କର ଅଟେ l ଏହାଦ୍ୱାରା ସଂକ୍ରମିତ ହେଉଥିବା ପ୍ରତି ୩ଜଣ ଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥାଏ l ଗବେଷକ ଓ ବୈଜ୍ଞାନିକ ମାନଙ୍କ ମତରେ ଏହି ଭାଇରସ ଠାରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତା ରଖିବା ଜରୁରୀ, ମାସ୍କ ପିନ୍ଧିବା ନିହାତି ଆବଶ୍ୟକ ଓ ରୋଗ ପ୍ରତିରୋଧକ କ୍ଷମତା ବଢାଇବା ମଧ୍ୟ ଜରୁରୀ ଅଟେ l
ଏହିଭଳି ରୁହନ୍ତୁ ସତର୍କ ଓ ସୁସ୍ଥ –
– ଦିନକୁ ୨ଥର ହଳଦୀ ଯୁକ୍ତ ଉଷୁମ ଲୁଣପାଣି ଗର୍ଗଲ କରନ୍ତୁ l ଯାହା ଦ୍ୱାରା ଛାତିରେ କଫ ଜମିବ ନାହିଁ ଓ ସମସ୍ତ ପ୍ରକାର ସଂକ୍ରମଣ ରୁ ରକ୍ଷା କରିବ l
– ପ୍ରତିଦିନ ସକାଳୁ ଅଦା କୁ ଛେଚି ପାଣିରେ ଫୁଟାଇ ସେଥିରେ ମହୁ ମିଶାଇ ସେବନ କରନ୍ତୁ l ଏହା ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବ l
– ପ୍ରତିଦିନ ସକାଳେ ଲବଙ୍ଗ ଯୁକ୍ତ ଦୁଗ୍ଧ କିମ୍ବା ଚା ନିହାତି ପିଇବା ଉଚିତ କାରଣ ଏହା ଆପଣଙ୍କ ଶରୀରକୁ ଭରପୁର ପୋଷଣ ଯୋଗାଇ ଥାଏ l
– ରାତିରେ ଶୋଇବା ପୂର୍ବରୁ ଇନ ହେଲିଙ୍ଗ ନିହାତି କରିବା ଆବଶ୍ୟକ, ଯାହାଦ୍ୱାରା ଫୁସଫୁସ ସଂକ୍ରମଣ ହେବାରୁ ରକ୍ଷା ପାଇଥାଏ l