Odisha news

ଆପଣ କରୋନା ସଂକ୍ରମିତ ନା ସାମାନ୍ୟ ସର୍ଦି କାଶରେ ପୀଡିତ ଏହିଭଳି ଜାଣନ୍ତୁ

0

ବର୍ତମାନ ଯାହାକୁ ମଧ୍ୟ ସର୍ଦି କାଶ ହେଉଛି ପ୍ରାୟ ସମସ୍ତେ ଭାବି ନେଉଛନ୍ତି ଯେ କରୋନା ରେ ପୀଡିତ l କାରଣ କରୋନା ମଣିଷଙ୍କ ମନରେ ଗୋଟିଏ ପ୍ରକାରର ଭୟ ଜାଗ୍ରତ କରି ଦେଇଛି l ଭାରତେ ଏଭଳି ଲୋକଙ୍କ ସଂଖ୍ୟା ଅଧିକ ମଧ୍ୟ ରହିଛି ଯେଉଁମାନେ କି କରୋନା ସଂକ୍ରମିତ ହୋଇ ମଧ୍ୟ ପରୀକ୍ଷା କରାଉ ନାହାନ୍ତି l ଏପରି ବ୍ୟକ୍ତିମାନେ ଘରୋଇ ଉପାୟକୁ ଆପଣାଇ ସୁସ୍ଥ ହୋଇ ଯାଇଛନ୍ତି l ଓମୀକ୍ରାନ ଲୋକ ମାନଙ୍କର ଶ୍ୱାସନଳୀ କୁ ଉପର ଅଂଶ କୁ ସଂକ୍ରମିତ କରୁଛି l ଗବେଷକ ମାନଙ୍କ ମତରେ ଓମୀକ୍ରାନ ଫୁସଫୁସ ଉପରେ କମ ପ୍ରଭାବ ପକାଉଛି l ଏହି କାରଣରୁ ଓମୀକ୍ରାନ ରୁ ସଂକ୍ରମିତ ରୋଗୀ ମାନଙ୍କର ମୃତ୍ୟୁ ମାମଲା ଖୁବ କମ ହେଉଛି l

ଆମେ ପ୍ରାୟ ଦେଖିଥାଉ ଯେ ଘରେ ଯଦି ଜଣେ ସଦସ୍ୟଙ୍କୁ ସର୍ଦି କିମ୍ବା କାଶ ହୋଇଥାଏ ତେବେ ଅନ୍ୟ ସଦସ୍ୟ ମାନେ ମଧ୍ୟ ସଂକ୍ରମିତ ହୋଇ ଥାଆନ୍ତି l କିନ୍ତୁ ବର୍ତମାନ ସମୟରେ ଏହି ସର୍ଦି କାଶ ଓମୀକ୍ରାନ ନା ସାଧାରଣ ଥଣ୍ଡା କିପରି ଜାଣିବେ l

ଆପଣ ନିମ୍ନ ଲିଖିତ କାରଣରୁ ଜାଣନ୍ତୁ ଯେ ଏହା କରୋନା ନା ଓମୀ କ୍ରାନ :

– ପରିବାରରେ ସମସ୍ତେ ସଂକ୍ରମିତ ହେବା : ଯଦି ଆପଣଙ୍କ ଫ୍ୟାମିଲି ରେ କୌଣସି ସଦସ୍ୟ ଙ୍କୁ ସର୍ଦି ଥଣ୍ଡା କିମ୍ବା ଜ୍ୱର ହୋଇଥାଏ, ଏହା ଦ୍ୱାରା ପରିବାରର ସମସ୍ତ ସଦସ୍ୟ ସଂକ୍ରମିତ ହୋଇ ଥାଆନ୍ତି ତେବେ ଜାଣି ରଖନ୍ତୁ ଏହା ଓମୀକ୍ରାନ ଅଟେ l

– ପେଟ ସମସ୍ୟା : ଯଦି ଆପଣଙ୍କର ବାନ୍ତି, ଦେହ ବୁଲାଇବା ଓ ଭୋକ ନଲାଗିବା ସମସ୍ୟା ଦେଖା ଯାଇଥାଏ ତେବେ ଏହା ଓମୀକ୍ରାନ ର ଲକ୍ଷଣ l ସାଧାରଣ ସର୍ଦି କାଶ ଓ ଥଣ୍ଡାରେ ଏପରି ହୋଇ ନଥାଏ l

– କେଶ ଝଡ଼ିବା : ଯଦି ଆପଣଙ୍କର ଦେହ ଖରାପ ପରେ କେଶ ଝଡ଼ିବା ସମସ୍ୟା ଦେଖା ଦେଉଛି ତେବେ ଏହାର କାରଣ ହେଲା ଆପଣ ଓମୀକ୍ରାନ ଦ୍ୱାରା ସଂକ୍ରମିତ ହୋଇ ଥିବେ l କାରଣ ସାଧାରଣ ଥଣ୍ଡା ଜ୍ବରରେ କେଶ ଝଡିବା ସମସ୍ୟା ଦେଖା ଯିବ ନାହିଁ l

– ଆଖିରେ ସଂକ୍ରମଣ : ଯଦି ଆପଣ ଥଣ୍ଡା, ଜ୍ବରରେ ଚକ୍ଷୁରେ ରେ କୌଣସି ପ୍ରକାରର ସଂକ୍ରମଣ ର ଲକ୍ଷଣ ଦେଖୁଛନ୍ତି ତେବେ ଜାଣି ରଖନ୍ତୁ ଏହା ଓମୀକ୍ରାନ ର ଲକ୍ଷଣ l

– ତ୍ୱଚା ରେ ଏଲର୍ଜୀ : ଓମୀକ୍ରାନ ର ନୂଆ ଲକ୍ଷଣ ଦ୍ୱାରା ତ୍ୱଚାରେ ସଂକ୍ରମଣ ସମସ୍ୟା ଦେଖା ଦେଇପାରେ l ଯଦି ଜ୍ୱର ସମୟରେ ଆପଣଙ୍କ ତ୍ୱଚାରେ କୌଣସି ପ୍ରକାରର ଏଲର୍ଜୀ ଦେଖା ଯାଉଛି ତେବେ ଏହା ଓମୀକ୍ରାନ ହୋଇପାରେ l

Leave A Reply

Your email address will not be published.