Odisha news

ସୋରରେ ଚନ୍ଦ୍ରନାଗ ସହ ସ୍କୁଟିରୁ ବିଷଧର ସାପ ଉଦ୍ଧାର

0

ସୋର-୧୭/୦୮: ଗତକାଲି ଅପରାହ୍ନରେ ସୋର ବ୍ଲକ ଅଧୀନ ପାହାଡତଳି ଅଂଚଳ କେଶରୀପୁର ଗ୍ରାମର ନରେନ୍ଦ୍ର କୁମାର ସାମଲଙ୍କ ଘରୁ ଏକ ବରଳ ପ୍ରଜାତିର ବିଷଧର ସାପ ଚନ୍ଦ୍ର ନାଗକୁ ଉଦ୍ଧାର କରାଯାଇଛି । ଶ୍ରୀ ସାମଲଙ୍କ ଘରେ ଥିବା ସୋଫାରେ ବସିଥିବା ବେଳେ ତାଙ୍କ ପୋଷା ବିଲେଇ ରଡି ଛାଡିବାରୁ ସେ ନାଗକୁ ଦେଖି ବାହାର କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ପରେ ଭଦ୍ରକ ସ୍ନେକ୍ ହେଲ୍ପ୍ ଲାଇନ୍ର ମିର୍ଜାଙ୍କୁ ଫୋନ୍ କରିବାରୁ ସେ କେଶରୀପୁରରେ ପହଞ୍ଚି ଏହି ବିରଳ ନାଗକୁ ଉଦ୍ଧାର କରି ଏକ ଗ୍ଲାସ୍ ଜାରରେ ଭର୍ତ୍ତି କରି ନିକଟସ୍ଥ ଜଙ୍ଗଲରେ ଛାଡିଥିଲେ । ସେହିପରି ସଂଧ୍ୟାରେ ନୂଆ ବସ୍ଷ୍ଟାଣ୍ଡରେ ଏକ ବିଷାକ୍ତ ସାପ ଦେଖି ଲୋକେ ଘଉଡାଉଥିବା ବେଳେ ସାପଟି ନିକଟରେ ଛିଡା ହୋଇଥିବା ଏକ ସ୍କୁଟି ଭିତରେ ପଶିଯାଇଥିଲା । ସ୍ଥାନୀୟ ଲୋକେ ଦୀର୍ଘ ସମୟ ଚେଷ୍ଟା କରି ସାପକୁ ବାହାର କରିପାରିନଥିବା ବେଳେ ଜଣେ ବାଇକ୍୍ ରିପାରିଙ୍ଗ୍ ମେକାନିକ୍କୁ ଡକାଯାଇ ଏହି ସାପକୁ ଇଞ୍ଜିନ୍ ମଧ୍ୟରୁ ବାହାର କରାଯିବା ପରେ ସାପଟି ନକଟସ୍ଥ ଜଙ୍ଗଲିଆ ସ୍ଥାନକୁ ପଳାଇ ଯାଇଥିଲା ।

Leave A Reply