Odisha news

ଗୁଡ଼ିଖୋଳାରେ ଛାତରୁ ଖସିପଡ଼ି ଜଣେ ଗୁରୁତର

0

ସୋର-୧୭/୦୮ : ସୋର ବ୍ଲକ ମହୁମୁହାଣ ପଞ୍ଚାୟତ ଗୋପାଳପୁର ଗୁଡ଼ିଖୋଳାରେ ଜଣେ ଯୁବକ ଛାତରେ ଶୋଇବାକୁ ଯାଉଥିବା ବେଳେ ତଳକୁ ଖସିପଡ଼ି ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଏହି ଗ୍ରାମର ଉଦଳା ନାୟକ(୫୨) ଗତକାଲି ରାତିରେ ଖାଇପିଇ ସାରି ନିଜ ଘର ଛାତ ଉପରକୁ ଶିଢ଼ିରେ ଯାଉଥିôବା ବେଳେ ଭାରସାମ୍ୟ ହରାଇ ତଳକୁ ଖସିପଡ଼ିଥିଲେ । ତାଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଖାଦାନ ସଂଘ ଆମ୍ବୁଲାନ୍ସରେ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତାଙ୍କର ଗୋଡ଼ ଭାଙ୍ଗି ଯାଇଥିବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

Leave A Reply