Odisha news

ପୂଜାବେଳେ ଦୀପରୁ ନିଆଁ ଲାଗି ମହିଳା ଗୁରୁତର

0

ସୋର-୧୭/୦୮ : ସୋର ବ୍ଲକ ଦହିସଡ଼ା ଗ୍ରାମର ଜଣେ ମହିଳା ଆଜି ସକାଳେ ଠାକୁରଘରେ ପୂଜା କରୁଥିବା ବେଳେ ଦୀପ ନିଅାଁ ତାଙ୍କ ଶାଢ଼ିରେ ଲାଗିଯିବା ଫଳରେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି । ଏହି ଗ୍ରାମର ରବୀନ୍ଦ୍ର ବେହରାଙ୍କ ପୁତ୍ରବଧୂ ଆଜି ସକାଳେ ଠାକୁରଘରେ ପୂଜା କରୁଥିବା ସମୟରେ ତାଙ୍କ ପାଖରେ ଜଳୁଥିବା ଦୀପରେ ଅସାବଧାନତା ବଶତଃ ନିଆଁ ଲାଗିଯାଇଥିଲା । ତୁରନ୍ତ ବାହାରକୁ ଆସିବା ପରେ ତାଙ୍କୁ ପରିବାର ଲୋକେ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତାଙ୍କର ପଛପଟ ପୋଡ଼ିହୋଇ ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଛି ।

Leave A Reply