ବ୍ରହ୍ମପୁର(24.07.2022):ବ୍ରହ୍ମପୁ
ଏହି ଅବସରରେ ଏଭଳି କ୍ରୀଡ଼ା ପ୍ରତିଯୋଗୀତା ଆୟୋଜନ କରିବା ଦ୍ୱାରା ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ଖେଳ ପ୍ରତି ଆଗ୍ରହ ସୃଷ୍ଟି କରିବ ବୋଲି ମୁଖ୍ୟ ଅତିଥି ବିଧାୟକ ବିକ୍ରମ କୁମାର ପଣ୍ଡା ମତ ପ୍ରକାଶ କରିଛନ୍ତି । ଏହି ଚମ୍ପିଆନସିରେ ଜୁନିୟର ବାଳକ, ଜୁନିଅର ବାଳିକା, ସିନିୟର ବାଳକ , ସିନିୟର ବାଳିକା , ୟୁଥ୍ ବାଳକ ଓ ବାଳିକା ବିଭାଗର ପ୍ରତିଯୋଗୀତା ହୋଇଥିଲା । ଜିଲ୍ଲାର ପ୍ରାୟ 13 ବିଦ୍ୟାଳୟରୁ 57ଜଣ ଖେଳାଳୀ ଏଥିରେ ଅଂଶ ଗ୍ରହଣ କରିଥିଲେ ।
ଜୁନିୟର ବାଳକ ବିଭାଗରେ ସରକାରୀ ମେଡିକାଲ କ୍ୟାମ୍ପସ ଉଚ୍ଚ ବିଦ୍ୟାଳୟର ଏ.ସନ୍ତୋଷ ରାଓ ଚମ୍ପିଆନ ହୋଇଥିବା ବେଳେ ବାଳିକା ଜୁନିଅର ବିଭାଗରେ ଡିଏଭି ପବ୍ଲିକ ସ୍କୁଲର ଅନ୍ୱେଷା ବିଷୋୟୀ ଚମ୍ପିଆନ ହୋଇଛନ୍ତି । ସେହିଭଳି ସିନିୟର ବାଳକ ବିଭାଗରେ ଜବାହର ନବୋଦୟ ବିଦ୍ୟାଳୟର ସନ୍ୟାସୀ ସାହୁ ଚମ୍ପିଆନ ଓ ଭିଭି ଗିରି ବାଳିକା ବିଦ୍ୟାଳୟର ଏ. ସାଇଲକ୍ଷ୍ମୀ ରାଓ ଚମ୍ପିଆନ ହୋଇଛନ୍ତି । ୟୁଥ ବାଳକ ବିଭାଗରେ ଦିନେଶ କୁମାର ଓ ବାଳିକା ବିଭାଗରେ ପୁଷ୍ପାଞ୍ଜଳୀ ବେହେରା ଚମ୍ପିଆନ ହୋଇଛନ୍ତି । କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।
ଏହି ଅବସରରେ ବ୍ରହ୍ମପୁର ଟେବୁଲ ଟେନିସ ସଂଘର ସଭାପତି ସଞ୍ଜୟ ବିଷୋୟୀ, ସାଧାରଣ ସମ୍ପାଦକ ଦଷ୍ମନ୍ତ ପାଢୀ, ଉପ-ସଭାପତି ଭାଗିରଥି ରେଡ୍ଡୀ , କୋଷାଧ୍ୟକ୍ଷ ବିରଳା ପ୍ରସାଦ ମାଝୀ, ଯୁଗ୍ମ ସମ୍ପାଦକ ଗୌରୀ ମିଶ୍ର, ଅବସରପ୍ରାପ୍ତ କ୍ରୀଡ଼ା ଅଧିକାରୀ ଅକ୍ଷୟ କୁମାର ପଟ୍ଟନାୟକ , ଗୋପାଶ କୃଷ୍ଣ ଦାଶ, ବାଲାଜୀ ପାତ୍ର, ରବିନାରାୟଣ ମିଶ୍ର,ବିଜୟ ସିଂ ସାମନ୍ତ, ଶକ୍ତିଧର ରାଜଗୁରୁ ଓ ଚମ୍ପିଆନସିପର ବିଚାରକ ଭାବେ ଜାତୀୟ ବିଚାରକ ସୁଜିତ କୁମାର ରାୟ, ସମ୍ୱିତ ଦାଶ ଓ କେ.ରାଜୁ ଉପସ୍ଥିତ ଥିଲେ ।