Odisha news

ମୟୂରଭଞ୍ଜ ଫୁଟବଲ ଖେଳାଳୀ ସଂଘ ପକ୍ଷରୁ ୧୬ ଓ ୧୭ରେ ଫୁଟବଲ କପ୍ ଅନୁଷ୍ଠିତ

0

ବାରିପଦା  : ମୟୂରଭଞ୍ଜ ଫୁଟବଲ ଖେଳାଳୀ ସଂଘ ପକ୍ଷରୁ ଚଳିତମାସ ୧୬ ଓ ୧୭ତାରିଖ ବାରିପଦା ଷ୍ଟାଡିୟମ ଠାରେ ଦୁଇଦିନ ଧରି ମୟୂରଭଞ୍ଜ ଫୁଟବଲ କପ୍ ଅନୁଷ୍ଠିତ ହେବାକୁ ନେଇ ସୂଚନା ଦିଆଯାଇଛି । ଅନ୍ୟ ରାଜ୍ୟରୁ ଫୁଟବଲ ଟିମ୍ ମାନେ ଆସିବାକୁ ଥିବାବେଳେ ଏଥିରେ ୧୬ଗୋଟି ଦଳ ଅଂଶଗ୍ରହଣ କରିବେ । ଏଥିରେ ଉଭୟ ପୁରୁଷ ଏବଂ ମହିଳା ଦଳ ଖେଳ ପ୍ରଦର୍ଶନ କରିବେ ।

ଏଥିରେ ପ୍ରଥମ ପୁରସ୍କାର ଏକଲକ୍ଷ୍ୟଟଙ୍କା, ଦ୍ୱିତୀୟ ପୁରସ୍କାର ୭୦ହଜାରଟଙ୍କା, ତୃତୀୟ ପୁରସ୍କାର ୨୫ହଜାରଟଙ୍କା, ଚତୁର୍ଥ ପୁରସ୍କାର ୨୫ହଜାରଟଙ୍କା ପ୍ରଦାନ କରାଯିବ । ଏହା ମୟୂରଭଞ୍ଜ ଫୁଟବଲ ଖେଳାଳୀ ସଂଘ ଏଥିରେ ଏଣ୍ଟି୍ର ଫୀ ୧୦ହଜାରଟଙ୍କା ରଖାଯାଇଛି । ମହିଳା ଦଳକୁ କୋଲିଂ ଟିମ୍ ଡକା ହୋଇଛି । ଏହା ମୟୂରଭଞ୍ଜ ଫୁଟବଲ ଖେଳାଳୀ ସଂଘ ଦ୍ୱାରା ଆୟୋଜନ କରାଯାଉଥିବାବେଳେ ମୟୂରଭଞ୍ଜ ଆଥେଲେଟିକ୍ ଆସୋସିଏସନ ମଧ୍ୟ ଏଥିରେ ସହଯୋଗ କରୁଥିବା ମୟୂରଭଞ୍ଜ ଫୁଟବଲ ଖେଳାଳୀ ସଂଘ ସଭାପତି ଧରମରାଜ୍ ହାଁସଦାଃ ପ୍ରକାଶ କରିଛନ୍ତି । ଏଥିରେ ଯୋଗଯୋଗ ପାଇଁ ଫୋନ୍ ୭୩୨୭୮୧୪୭୮୨ ଓ ୯୮୬୧୪୩୨୧୬୬ ନମ୍ବର ପ୍ରଦାନ କରାଯାଇଛି ।

Leave A Reply