|
ପଦ୍ମଶ୍ରୀ ସୁରେନ୍ଦ୍ର ମହାନ୍ତି ଏକାଧାରରେ ଜଣେ ସାହିତ୍ୟିକ, ସମାଲୋଚକ, ରାଜନୀତିଜ୍ଞ, ସ୍ତମ୍ଭକାର ଓ ସମ୍ପାଦକ ଥିଲେ । ସେ ୧୯୨୨ ମସିହା ମଇ ମାସ ୨୧ ତାରିଖ ଦିନ କଟକ ଜିଲ୍ଲାର ପୁରୁଷୋତ୍ତମପୁର ଗାଆଁରେ ଜନ୍ମ ଗ୍ରହଣ କରିଥିଲେ । ସାଲେପୁର ହାଇସ୍କୁଲରେ ଏକାଦଶ ଶ୍ରେଣୀରେ ପାଠ ପଢ଼ିଲା ବେଳେ ପ୍ରଥମ ଗପ 'ବନ୍ଦୀ' ପ୍ରକାଶ ପାଇଥିଲା 'ଉତ୍କଳ ସାହିତ୍ୟ' ପତ୍ରିକାରେ । ତାଙ୍କ ରଚିତ ଐତିହାସିକ ଉପନ୍ୟାସ 'ନୀଳଶୈଳ' ନିମନ୍ତେ ସେ ୧୯୬୯ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହେଇଥିଲେ । ଏହାବ୍ୟତିତ ସେ ପ୍ରଥମ ଶାରଳା ପୁରସ୍କାର (୧୯୮୦) ଓ ଦୁଇଥର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । 'ନିୟୁ ଓଡ଼ିଶା'ର ପ୍ରୁଫ ରିଡ଼ର ଭାବରେ ଆରମ୍ଭ କରି, ପରବର୍ତ୍ତୀ ସମୟରେ ସମ୍ବାଦର ମୁଖ୍ୟ ସମ୍ପାଦକ ଦାୟିତ୍ଵ ନିର୍ବାହ କରି ଥିଲେ । ସେ ୧୯୮୧ରୁ ୧୯୮୭ ପର୍ଯ୍ୟନ୍ତ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଦାୟିତ୍ଵ ତୁଲାଇଥିଲେ । ସକ୍ରିୟ ରାଜନୀତିଜ୍ଞ ଭାବେ ସେ ଦୁଇଥର ଲୋକସଭା ଓ ଦୁଇଥର ରାଜ୍ୟସଭାକୁ ନିର୍ବାଚିତ ହେଇଥିଲେ ।
୧୯୯୦ ମସିହା ଡିସେମ୍ବର ୨୧ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।
ପୁରା ପଢ଼ନ୍ତୁ...
|
|
ମଇ
ଜନ୍ମ
- ୧ – ଗୋପାଳ ଘୋଷ, ଓଡ଼ିଶାର ପ୍ରଥମ ଡକୁମେଣ୍ଟାରୀ ଫିଲ୍ମ ନିର୍ମାତା (ଜନ୍ମ: ୧୯୨୦)
- ୧ – ହୃଷୀକେଶ ପଣ୍ଡା, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ସାହିତ୍ୟିକ (ଜନ୍ମ: ୧୯୫୫)
- ୧ – ଗତିକୃଷ୍ଣ ମିଶ୍ର, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ସପ୍ତମ ମୁଖ୍ୟ ବିଚାରପତି (ଜନ୍ମ: ୧୯୬୯)
- ୨ – ପ୍ରଶାନ୍ତ ନନ୍ଦ, ଜୟଦେବ ପୁରସ୍କାର ସମ୍ମାନିତ ଅଭିନେତା, ନିର୍ଦ୍ଦେଶକ (ଜନ୍ମ: ୧୯୪୭)
- ୪ – ନିତ୍ୟାନନ୍ଦ କାନୁନଗୋ, ଗୁଜରାଟର ପୂର୍ବତନ ରାଜ୍ୟପାଳ (ଜନ୍ମ: ୧୯୦୦)
- ୪ – ସିଦ୍ଧାନ୍ତ ମହାପାତ୍ର, ଅଭିନେତା ଓ ରାଜନୀତିଜ୍ଞ (ଜନ୍ମ: ୧୯୬୬)
- ୫ – ବିପ୍ଳବୀ ଧରଣୀଧର ଭୂୟାଁ, କେନ୍ଦୁଝର ପ୍ରଜାମେଳିର ନେତା (ଜନ୍ମ: ୧୮୬୪)
- ୫ – ପଣ୍ଡିତ ରଘୁନାଥ ମୁର୍ମୁ, ଅଲ ଚିକି ଲିପିର ଜନକ (ଜନ୍ମ: ୧୯୦୫)
- ୮ – ପ୍ୟାରୀମୋହନ ଆଚାର୍ଯ୍ୟ, ଐତିହାସିକ ଓ ଖବରକାଗଜ ସମ୍ପାଦକ (ଜନ୍ମ (୧୮୫୧)
- ୮ – ଗୋପବନ୍ଧୁ ଚୌଧୁରୀ, ସ୍ଵାଧୀନତା ସଂଗ୍ରାମୀ ଓ ଗାନ୍ଧୀବାଦୀ ନେତା (ଜନ୍ମ: ୧୮୯୫)
- ୯ – ଦିନନାଥ ପାଠୀ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ସାହିତ୍ୟିକ ଓ ଚିତ୍ରଶିଳ୍ପୀ (ଜନ୍ମ: ୧୯୪୨)
- ୧୦ – ହୃଦାନନ୍ଦ ରାୟ, ଶାରଳା ପୁରସ୍କାର ପ୍ରାପ୍ତ ସାହିତ୍ୟିକ (ଜନ୍ମ: ୧୯୩୦)
- ୧୦ – ବିଳାସିନୀ ମହାନ୍ତି, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ଓଡ଼ିଆ ଅନୁବାଦକ (ଜନ୍ମ: ୧୯୬୮)
- ୧୦ – ଇଗ୍ନେଶ ତିର୍କୀ, ଏକଲବ୍ୟ ପୁରସ୍କାର ସମ୍ମାନିତ ହକି ଖେଳାଳୀ (ଜନ୍ମ: ୧୯୮୧)
- ୧୧ – ଜ୍ୟୋତ୍ସ୍ନା ରାଉତରାୟ, ସାମ୍ବାଦିକା, ସାହିତ୍ୟିକା (ଜନ୍ମ: ୧୯୫୮)
- ୧୩ – ପଦ୍ମଶ୍ରୀ ସଚ୍ଚିଦାନନ୍ଦ ରାଉତରାୟ, ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଲେଖକ (ଜନ୍ମ: ୧୯୧୬)
- ୧୫ – ପଦ୍ମ ଭୂଷଣ ଅନ୍ନଦା ଶଙ୍କର ରାୟ, ସବୁଜ ଯୁଗର ସାହିତ୍ୟିକ (ଜନ୍ମ: ୧୯୦୪)
- ୧୫ – ବାଳକୃଷ୍ଣ ଦାସ, ଜୟଦେବ ପୁରସ୍କାର ସମ୍ମାନିତ ସଙ୍ଗୀତକାର ଓ ପ୍ରଚ୍ଛଦପଟ୍ଟ ଗାୟକ (ଜନ୍ମ: ୧୯୨୩)
- ୧୫ – ଶାନ୍ତନୁ କୁମାର ଆଚାର୍ଯ୍ୟ, ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନପ୍ରାପ୍ତ ସାହିତ୍ୟିକ (ଜନ୍ମ: ୧୯୪୧)
- ୧୫ – ଭାନୁମତୀ ଦେବୀ, ଜୟଦେବ ପୁରସ୍କାର ସମ୍ମାନିତ ଅଭିନେତ୍ରୀ (ଜନ୍ମ: ୧୯୩୪)
- ୧୬ – ବାସୁଦେବ ସୁଢ଼ଳଦେବ, ବାମଣ୍ଡାର ରାଜା (ଜନ୍ମ: ୧୮୫୦)
- ୧୭ – ଗୋବିନ୍ଦ ଚନ୍ଦ୍ର ମାଝୀ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ସାହିତ୍ୟିକ (ଜନ୍ମ: ୧୯୫୬)
- ୧୯ – ସୁବାସ ଦାସ, ଓଡ଼ିଶା ରାଜ୍ୟ ଚଳଚିତ୍ର ପୁରସ୍କାର ପ୍ରାପ୍ତ ପ୍ରଛଦପଟ ଗାୟକ (ଜନ୍ମ: ୧୯୬୦)
- ୨୧ – ପଦ୍ମଶ୍ରୀ ସୁରେନ୍ଦ୍ର ମହାନ୍ତି, ଶାରଳା ପୁରସ୍କାର ସମ୍ମାନିତ ସାହିତ୍ୟିକ ଓ ରାଜନୀତିଜ୍ଞ (ଜନ୍ମ: ୧୯୨୨)
- ୨୪ – ନୀଳମଣି ରାଉତରାୟ, ଓଡ଼ିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ (ଜନ୍ମ: ୧୯୨୦)
- ୨୪ – ଗୋକୁଳାନନ୍ଦ ମହାପାତ୍ର, ବୈଜ୍ଞାନିକ ଓ ବିଜ୍ଞାନ ଲେଖକ (ଜନ୍ମ: ୧୯୨୨)
- ୨୫ – ରାମଶଙ୍କର ରାୟ, ଆଧୁନିକ ଓଡ଼ିଆ ନାଟକର ଜନକ (ଜନ୍ମ: ୧୮୫୭)
- ୨୫ – ଭଜନ ସମ୍ରାଟ ଭିକାରି ବଳ, ଗାୟକ (ଜନ୍ମ: ୧୯୨୯)
- ୨୬ – ଗୋବିନ୍ଦ ତେଜ, ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସମ୍ମାନିତ ନିର୍ଦ୍ଦେଶକ ଓ ଅଭିନେତା (ଜନ୍ମ: ୧୯୨୮)
- ୨୮ – ରସରାଜ ନାରାୟଣ ପ୍ରସାଦ ସିଂହ, ଓଡ଼ିଆ କବି ଓ କଥାଚିତ୍ର ଗୀତିକାର (ଜନ୍ମ: ୧୯୩୩)
- ୨୮ – ନଟରାଜ ବେହେରା, ଓଡ଼ିଆ କ୍ରିକେଟ ଖେଳାଳି (ଜନ୍ମ: ୧୯୮୮)
ମୃତ୍ୟୁ
- ୩ – ଲୀଳା ଦୁଲାଳୀ, ଓଡ଼ିଆ କଥାଚିତ୍ର ଅଭିନେତ୍ରୀ (ମୃତ୍ୟୁ: ୨୦୦୫)
- ୪ – ଦୁର୍ଲଭ ସିଂ, ଅଭିନେତା (ମୃତ୍ୟୁ: ୨୦୧୦)
- ୭ – ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟ (ମୃତ୍ୟୁ: ୧୯୭୯)
- ୭ – ପଣ୍ଡିତ ଭୁବନେଶ୍ଵର ମିଶ୍ର, ଜୟଦେବ ପୁରସ୍କାର ସମ୍ମାନିତ ସଙ୍ଗୀତକାର (ମୃତ୍ୟୁ: ୧୯୯୩)
- ୧୦ – ଗଣକବି ବୈଷ୍ଣବ ପାଣି, (ମୃତ୍ୟୁ: ୧୯୫୬)
- ୧୦ – ବ୍ୟୋମକେଶ ତ୍ରିପାଠୀ, ଜୟଦେବ ପୁରସ୍କାର ସମ୍ମାନିତ ନାଟ୍ୟକାର, ଅଭିନେତା ଓ ନିର୍ଦ୍ଦେଶକ (ମୃତ୍ୟୁ: ୧୯୯୭)
- ୧୧ – ଶରତ ପୂଜାରୀ, ଜୟଦେବ ପୁରସ୍କାର ସମ୍ମାନିତ ଅଭିନେତା (ମୃତ୍ୟୁ: ୨୦୧୪)
- ୧୫ – ପଦ୍ମ ଭୂଷଣ କାଳିନ୍ଦୀ ଚରଣ ପାଣିଗ୍ରାହୀ, ସବୁଜ ଯୁଗର ସାହିତ୍ୟିକ (ମୃତ୍ୟୁ: ୧୯୯୧)
- ୧୬ – ବିପ୍ଳବୀ ଧରଣୀଧର ଭୂୟାଁ, କେନ୍ଦୁଝର ପ୍ରଜାମେଳିର ନେତା (ମୃତ୍ୟୁ: ୧୯୧୪)
- ୧୬ – ଗୋପାଳ ଚନ୍ଦ୍ର ପ୍ରହରାଜ, ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷର ସଂକଳକ (ମୃତ୍ୟୁ: ୧୯୪୫)
- ୧୯ – କାର୍ତ୍ତିକ କୁମାର ଘୋଷ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ପ୍ରାପ୍ତ ଅଭିନେତା (ମୃତ୍ୟୁ: ୧୯୯୭)
- ୧୯ – ରତି ରଞ୍ଜନ ମିଶ୍ର, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ନାଟ୍ୟକାର (ମୃତ୍ୟୁ: ୨୦୦୫)
- ୨୪ – ଜନ ବୀମସ, ବ୍ରିଟିଶ ଭାରତର ସରକାରୀ କର୍ମଚାରୀ ଓ ଲେଖକ (ମୃତ୍ୟୁ: ୧୯୦୨)
- ୨୫ – ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ, ଓଡ଼ିଶାର ଭୂତପୂର୍ବ ପ୍ରଧାନମନ୍ତ୍ରୀ (ମୃତ୍ୟୁ: ୧୯୭୪)
- ୨୫ – ବୀରେନ ମିତ୍ର, ଓଡ଼ିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ (ମୃତ୍ୟୁ: ୧୯୭୮)
- ୨୭ – ଲୋକନାଥ ମିଶ୍ର, ଆସାମ ଓ ନାଗାଲାଣ୍ଡ ଭୂତପୂର୍ବ ରାଜ୍ୟପାଳ (ମୃତ୍ୟୁ: ୨୦୦୯)
- ୨୬ – କଣ୍ଡୁରୀ ଚରଣ ଦାସ, ଔପନ୍ୟାସିକ ଓ ପ୍ରକାଶକ (ମୃତ୍ୟୁ: ୨୦୧୪)
- ୨୯ – ବିଶ୍ଵନାଥ ପଟ୍ଟନାୟକ, ସମାଜସେବୀ (ମୃତ୍ୟୁ: ୨୦୧୦)
- ୩୧ – ବ୍ରଜନାଥ ରଥ, ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପ୍ରାପ୍ତ କବି (ମୃତ୍ୟୁ: ୨୦୧୪)
ପର୍ବପର୍ବାଣୀ
|
|
|
|