|
ବିଜୁ ପଟ୍ଟନାୟକ, ଜଣେ ଓଡ଼ିଆ ରାଜନୈତିକ ନେତା, ବୈମାନିକ ଓ ଶିଳ୍ପପତି ଥିଲେ । ସେ ୧୯୧୬ ମସିହା ମାର୍ଚ୍ଚ ୫ ତାରିଖ ଦିନ କଟକର ତୁଳସୀପୁରଠାରେ ଜନ୍ମଗ୍ରହଣ କରିଥିଲେ । ସେ ରେଭେନ୍ସା କଲେଜିଏଟ ସ୍କୁଲ, କଟକ ଠାରେ ସ୍କୁଲଶିକ୍ଷା ସାରିଲା ପରେ ରେଭେନ୍ସା କଲେଜରେ ବିଜ୍ଞାନ ପଢ଼ିଥିଲେ । ଛାତ୍ର ଜୀବନରେ ଜଣେ ଦକ୍ଷ ଖେଳାଳି ଭାବେ ବିଶ୍ଵବିଦ୍ୟାଳୟ ଫୁଟବଲ, କ୍ରିକେଟ ଓ ହକି ଦଳର ନେତୃତ୍ଵ ନେଇଥିଲେ ।
ତାଙ୍କ ରାଜନୈତିକ ଜୀବନ ୧୯୪୬ରେ ଆରମ୍ଭକରି ନିର୍ବିରୋଧ ଭାବେ ଓଡ଼ିଶା ବିଧାନ ସଭାକୁ ଉତ୍ତର କଟକ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ୧୯୭୫ରେ ଯେତେବେଳେ ଜରୁରି କାଳୀନ ସ୍ଥିତି ଘୋଷଣା ହେଲା, ବିଜୁ ପଟ୍ଟନାୟକ ପ୍ରଥମ ବ୍ୟକ୍ତି ଥିଲେ ଯିଏ ଅନ୍ୟ ବିରୋଧୀ ନେତାମାନଙ୍କ ସହ ଗିରଫ ହୋଇଥିଲେ । ସେ ଦୁଇଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ଵ ନିର୍ବାହ କରିଥିଲେ ।
ବିଜୁ ପଟ୍ଟନାୟକଙ୍କ ପ୍ରଦତ୍ତ ଧନରାଶିର ସୁଧରୁ ଲବ୍ଧ ଅର୍ଥକୁ ୟୁନେସ୍କୋ ଦ୍ଵାରା କଳିଙ୍ଗ ପୁରସ୍କାର ଭାବେ ପ୍ରଦାନ କରାଯାଇଥାଏ ।
ପୁରା ପଢ଼ନ୍ତୁ...
|
|
ମାର୍ଚ୍ଚ
ଜନ୍ମ
- ୧ – ଶ୍ୟାମାଚନ୍ଦ୍ର ତ୍ରିପାଠୀ, ରେଭେନ୍ସା ମହାବିଦ୍ୟାଳୟର ପ୍ରଥମ ଓଡ଼ିଆ ତଥା ଭାରତୀୟ ଅଧ୍ୟକ୍ଷ (ଜନ୍ମ: ୧୮୯୩)
- ୧ – କିଶୋରୀ ଚରଣ ଦାସ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ଲେଖକ (ଜନ୍ମ: ୧୯୧୬)
- ୧ – ମନୋଜ ପଟ୍ଟନାୟକ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ ପ୍ରାପ୍ତ ଅଭିନେତା (ଜନ୍ମ: ୧୯୫୬)
- ୪ – ରଚିତା ମିସ୍ତ୍ରୀ, ଏକଲବ୍ୟ ପୁରସ୍କାର ସମ୍ମାନିତ ଧାବିକା (ଜନ୍ମ: ୧୯୭୪)
- ୫ – ବିଜୁ ପଟ୍ଟନାୟକ, ଓଡ଼ିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ (ଜନ୍ମ: ୧୯୧୬)
- ୫ – ହୃଷୀକେଶ ମଲ୍ଲିକ, ଶାରଳା ପୁରସ୍କାର ସମ୍ମାନିତ ସାହିତ୍ୟିକ (ଜନ୍ମ: ୧୯୫୫)
- ୮ – ବିଶ୍ଵନାଥ ଦାସ, ଓଡ଼ିଶାର ଭୂତପୂର୍ବ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ (ଜନ୍ମ: ୧୮୮୯)
- ୮ – ନିତାଇ ପାଲିତ ଜୟଦେବେ ପୁରସ୍କାର ସମ୍ମାନିତ ନିର୍ଦ୍ଦେଶକ, କାହାଣୀକାର ଓ ପ୍ରଯୋଜକ (ଜନ୍ମ: ୧୯୨୩)
- ୧୦ – ପଦ୍ମଶ୍ରୀ ମନୋରଞ୍ଜନ ଦାସ, ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ଓ ଶାରଳା ପୁରସ୍କାର ସମ୍ମାନିତ ସାହିତ୍ୟିକ (ଜନ୍ମ: ୧୯୨୩)
- ୧୧ – ପଦ୍ମଶ୍ରୀ ସୁଦର୍ଶନ ସାହୁ, ପ୍ରସ୍ତର ଶିଳ୍ପୀ (ଜନ୍ମ: ୧୯୩୯)
- ୧୨ – ଦୁର୍ଲଭ ସିଂ, ଅଭିନେତା (ଜନ୍ମ: ୧୯୧୭)
- ୧୩ – ମଦନମୋହନ ମିଶ୍ର, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ସାହିତ୍ୟିକ (ଜନ୍ମ: ୧୯୩୪)
- ୧୪ – ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, ଭାଷାବିଦ, ସାମାଜିକ ବିଜ୍ଞାନୀ ଓ ଲେଖକ (ଜନ୍ମ: ୧୯୩୧)
- ୧୬ – ଉଦୟନାଥ ଷଡ଼ଙ୍ଗୀ, ଲେଖକ (ଜନ୍ମ: ୧୯୦୫)
- ୧୮ – ପ୍ରସନ୍ନ କୁମାର ମିଶ୍ର, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ସାହିତ୍ୟିକ (ଜନ୍ମ: ୧୯୪୧)
- ୨୦ – ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟ,ସମାଜସେବୀ (ଜନ୍ମ: ୧୯୦୦)
- ୨୧– କାର୍ତ୍ତିକଚନ୍ଦ୍ର ରଥ, କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ସମ୍ମାନିତ ନାଟ୍ୟକାର (ଜନ୍ମ: ୧୯୪୯)
- ୨୨ – ସାମୁଏଲ ସାହୁ (ବାବି), ଜୟଦେବ ପୁରସ୍କାର ସମ୍ମାନିତ ଅଭିନେତା (ଜନ୍ମ: ୧୯୧୮)
- ୨୪ – ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ର, ପଥର ଶିଳ୍ପୀ (ଜନ୍ମ: ୧୯୪୩)
- ୨୫ – ପଦ୍ମଶ୍ରୀ ଶୈଳବାଳା ଦାସ, ସମାଜସେବୀ (ଜନ୍ମ: ୧୮୭୫)
- ୨୫ – ବରେନ୍ଦ୍ର କୃଷ୍ଣ ଧଳ, କେନ୍ଦ୍ର ସାହିତ୍ୟ ଏକାଡେମୀ (ଅନୁବାଦ) ପୁରସ୍କାର ସମ୍ମାନିତ ସାହିତ୍ୟିକ ଓ ସାମ୍ବାଦିକ (ଜନ୍ମ: ୧୯୪୧)
- ୨୮ – ପାର୍ବତୀ ଘୋଷ, ଜୟଦେବ ପୁରସ୍କାର ସମ୍ମାନିତ ଅଭିନେତ୍ରୀ ଓ ନିର୍ଦ୍ଦେଶିକା (ଜନ୍ମ: ୧୯୩୩)
- ୩୧ – ରାଜେନ୍ଦ୍ର ନାରାୟଣ ସିଂହଦେଓ, ଓଡ଼ିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ (ଜନ୍ମ: ୧୯୧୨)
ମୃତ୍ୟୁ
ପର୍ବପର୍ବାଣୀ
|
|
|
|