କଦଳୀ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
କଦଳୀ
କଦଳୀ ଗଛ (Musa acuminata 'Lacatan'). ଫ୍ରାନସିସ୍କୋମନୁଏଲ ବ୍ଳାଙ୍କୋଙ୍କ ୧୮୮୦ର ବହି ଫ୍ଲୋରା ଡି ଫିଲିପିନାସ (Flora de Filipinas) ର ଛବି ।
କଦଳୀ ଗଛ (Musa acuminata 'Lacatan'). ଫ୍ରାନସିସ୍କୋମନୁଏଲ ବ୍ଳାଙ୍କୋଙ୍କ ୧୮୮୦ର ବହି ଫ୍ଲୋରା ଡି ଫିଲିପିନାସ (Flora de Filipinas) ର ଛବି ।
ହାଇବ୍ରିଡ଼ ପିତାମାତା
Musa acuminata × Musa balbisiana
କୋଲାColla 1820
ଜନ୍ମ
ଦକ୍ଷିଣ-ପୂର୍ବ ଏସିଆ, ଦକ୍ଷିଣ ଏସିଆ

କଦଳୀ ମୁସା (Musa) ଜାତିର ଏକ ଘାସଜାତୀୟ ଗଛ ଓ ତାହାର ଫଳର ପାଇଁ ଏକ ସାଧାରଣ ନାମ । ଏହାର ଫଳ କଞ୍ଚା ବେଳେ ସାଗୁଆ ଓ ପାଚିଲା ପରେ ସବୁଜରୁ ହଳଦିଆ, ଗୋଲାପି ବା ଲାଲ ଦେଖାଯାଇଥାଏ ।

କଦଳୀପତ୍ରର ବ୍ୟବହାର[ସମ୍ପାଦନା]

କଦଳୀପତ୍ରରେ ଖାଦ୍ୟ ରଖି ଚକାମାଡ଼ି ତଳେବସି ଭୋଜନ କରାଯାଏ ୤ କଦଳୀପତ୍ରରେ ଆମିଷ ଭୋଜନ ନିଷିଦ୍ଧ ୤ କଦଳୀପତ୍ରରେ ଭୋଜନ କଲାବେଳେ ଚାମଚ, ଛୁରି ଓ କଣ୍ଟା ବ୍ୟବହାର କରାଯାଏ ନାହିଁ ୤ କଦଳୀପତ୍ର ପକାଇବାର ମଧ୍ୟ ବିଧି ରହିଛି ୤ ପତ୍ରର ଚଉଡ଼ା ଭାଗ ଆମର ଡ଼ାହାଣ ପଟକୁ ଓ ଅଣଓସାରିଆ ଭାଗ ବାମ ପଟକୁ ରଖିଲେ ଡ଼ାହାଣ ହାତରେ ଭୋଜନ କରିବା ସୁବିଧା ହୁଏ । ମୂଳଭାଗରେ ଅନ୍ନ ଓ ଅଗ୍ରଭାଗରେ ବ୍ୟଞ୍ଜନ ବଢ଼ାଯାଇଥାଏ ୤ କଦଳୀପତ୍ରକୁ ଭୋଜନ ପରେ ଭଙ୍ଗାଯାଏ ନାହିଁ ୤ ଅଗମୂଳ ଧରି ଉଠାଯାଏ ୤ ଓଡ଼ିଆ ରାନ୍ଧଣାରେ ମାଛ ସିଝାଇବା ପାଇଁ କଦଳୀ ପତ୍ର କାମରେ ଆସେ ।

କଦଳୀ ଫଳର ବ୍ୟବହାର[ସମ୍ପାଦନା]

ଓଡ଼ିଆ ରାନ୍ଧଣାରେ କଂଚା କଦଳୀରେ ଡାଲମା ଓ ଭଜା ତିଆରି ହୁଏ । ପାଚିଲା କଦଳୀରେ ଶିରିଣି ତିଆରି ହୁଏ ।

କଦଳୀ ଗଛର ଅନ୍ୟ ଅଂଶର ବ୍ୟବହାର[ସମ୍ପାଦନା]

କଦଳୀ ଫୁଲରେ ତରକାରୀ ହୁଏ । କଦଳୀ ମ଼ଞାରେ ରାଇ ଓ ତରକାରୀ ତିଆରୀ ହୁଏ ।

References[ସମ୍ପାଦନା]

  • Denham, T., Haberle, S. G., Lentfer, C., Fullagar, R., Field, J., Porch, N., Therin, M., Winsborough B., and Golson, J. Multi-disciplinary Evidence for the Origins of Agriculture from 6950-6440 Cal BP at Kuk Swamp in the Highlands of New Guinea. Science, June 2003 issue.
  • Editors (2006). "Banana fiber rugs". Dwell 6 (7): 44.  Brief mention of banana fiber rugs
  • Leibling, Robert W. and Pepperdine, Donna (2006). "Natural remedies of Arabia". Saudi Aramco World 57 (5): 14.  Banana etymology, banana flour.
  • Skidmore, T., Smith, P. - Modern Latin America (5th edition), (2001) New York: Oxford University Press
  • Watson, Andrew. Agricultural innovation in the early Islamic world, New York: Cambridge University Press, 1983.

ଆଗକୁ ପଢ଼ିବେ[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]