|
ଧନୁଯାତ୍ରା ବରଗଡ଼ରେ ଅନୁଷ୍ଠିତ ହେଉଥିବା ଜାତୀୟସ୍ତରର ଉତ୍ସବ ମାନ୍ୟତାପ୍ରାପ୍ତ ଏକ ବାର୍ଷିକ ଯାତ୍ରା । ପୌରାଣିକ କଥାବସ୍ତୁ ହରିବଂଶର ମଥୁରା ବିଜୟକୁ ନାଟ୍ୟ ରୁପାନ୍ତର ଆକାରରେ ମଞ୍ଚସ୍ଥ କରାଯାଇଥାଏ ଧନୁଯାତ୍ରାରେ । ଧନୁଯାତ୍ରା ମାତୁଳ କଂସର ଧନୁଯାତ୍ରାରେ ଭାଗନେବାପାଇଁ ଭଗବାନ କୃଷ୍ଣଙ୍କର ମଥୁରାଯାତ୍ରାର ସ୍ମୃତି ବହନ କରେ । ବରଗଡ଼ ପୌରାଞ୍ଚଳର ୭କିମି ପରିଧି ମଧ୍ୟରେ ଆୟୋଜିତ ଧନୁଯାତ୍ରା ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ଭାବେ ପରିଗଣିତ । ଯାତ୍ରା ସମୟରେ ବରଗଡ଼ ସହର କଂସଙ୍କ ମଥୁରା ପାଲଟୁଥିବାବେଳେ ପୌରାଞ୍ଚଳର ୧୭ନଂ ୱାର୍ଡ଼ ଅମ୍ବାପାଲି ପାଲଟି ଥାଏ ଗୋପପୁର, ବରଗଡ଼ ସହରବାସୀ ଓ ଦର୍ଶକ ପାଲଟିଥାନ୍ତି ପ୍ରଜା । ମହାରାଜା କଂସଙ୍କ ଆଦେଶ ଅବମାନନା କଲେ ଯେତେବଡ଼ ପଦପଦବୀରେ ଥିଲେ ସୁଦ୍ଧା ଦଣ୍ଡଭୋଗିବାକୁ ହୋଇଥାଏ ।
୧୯୪୭ ମସିହାରୁ ବରଗଡ଼ ସହରରେ ଧନୁଯାତ୍ରା ପାଳିତ ହୋଇ ଆସୁଛି । ବରଗଡ଼ ସହରର କିଛି ହେମାଲି (କୁଲି କାମ କରୁଥିବା ଲୋକେ) ଭାରତର ସ୍ଵାଧୀନତା ଉତ୍ସବକୁ ନିଆରା ଢଙ୍ଗରେ ପାଳନ କରିବା ପାଇଁ ଧନୁଯାତ୍ରାର ଆରମ୍ଭ କରିଥିଲେ । ପୌଷ ଶୁକ୍ଳ ଚତୁର୍ଥୀ ଠାରୁ ଆରମ୍ଭ ହୋଇ ଏଗାର ଦିନ ଧରି ଗୋପ ଓ ମଥୁରାଲୀଳାର ବିଭିନ୍ନ ଦୃଶ୍ୟମାନ ପରିବେଷିତ ହୋଇ ପୁଷ୍ ପୁନେଇ (ପୌଷ ପୂର୍ଣ୍ଣିମା) ଦିନ କଂସବଧ ସହ ଏହା ଉଦ୍ଯାପିତ ହୋଇଥାଏ । ପ୍ରତ୍ୟେକ ଦିନ ଅପରାହ୍ଣ ୨ଟାରୁ ରାତି ୧୦ଟା ଯାଏ ଯାତ୍ରା ଚାଲେ ଓ ତା’ ପରେ ପରେ ସାରାରାତି ବିଭିନ୍ନ ମନୋରଞ୍ଜନ ମୂଳକ କାର୍ଯ୍ୟକ୍ରମ ଚାଲୁରହେ ।
ପୁରା ପଢ଼ନ୍ତୁ...
|
|
ଜାନୁଆରୀ
ଜନ୍ମ
- ୧ – ଶଶି ଭୂଷଣ ରଥ, ପ୍ରଥମ ଓଡ଼ିଆ ଦୈନିକ ଖବରକାଗଜ 'ଦୈନିକଆଶା'ର ପ୍ରକାଶକ (ଜନ୍ମ: ୧୮୮୫)
- – ଭୁବନେଶ୍ଵର ବେହେରା, ଶାରଳା ପୁରସ୍କାର ସମ୍ମାନିତ ଓଡ଼ିଆ ପ୍ରାବନ୍ଧିକ, ଅଧ୍ୟାପକ ଓ ବିଜ୍ଞାନ ଲେଖକ (ଜନ୍ମ: ୧୯୧୬)
- – ସୁଧାକର ସାହୁ, ଓଡ଼ିଶୀ ନୃତ୍ୟ ଗୁରୁ (ଜନ୍ମ: ୧୯୩୫)
- – ସାଧୁ ମେହେର, ରାଷ୍ଟ୍ରୀୟ ପୁରସ୍କାର ଓ ଜୟଦେବ ପୁରସ୍କାର ସମ୍ମାନିତ ଓଡ଼ିଆ ଅଭିନେତା, ନିର୍ଦ୍ଦେଶକ, ଲେଖକ ଓ ପ୍ରଯୋଜକ (ଜନ୍ମ: ୧୯୪୦)
- – ନବକିଶୋର ମିଶ୍ର, ଗୀତୀକାର, ସଙ୍ଗୀତ ନିର୍ଦ୍ଦେଶକ ଓ ଓଡ଼ିଶୀ ଏବଂ ସମ୍ବଲପୁରୀ ନୃତ୍ୟଗୁରୁ (ଜନ୍ମ: ୧୯୬୦)
- ୩ – ଜାନକୀ ବଲ୍ଲଭ ପଟ୍ଟନାୟକ, ଓଡ଼ିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ (ଜନ୍ମ: ୧୯୨୭)
- ୪ – ଜଗଦୀଶ ମହାନ୍ତି, ସାହିତ୍ୟିକ (ଜନ୍ମ: ୧୯୫୧)
- – ସରୋଜିନୀ ସାହୁ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତା ସାହିତ୍ୟିକା (ଜନ୍ମ: ୧୯୫୬)
- ୭ – ପଦ୍ମଶ୍ରୀ ଶ୍ରୀନିବାସ ଉଦ୍ଗାତା, ସାହିତ୍ୟିକ (ଜନ୍ମ: ୧୯୩୫)
- ୮ – ପଦ୍ମ ବିଭୂଷଣ କେଳୁଚରଣ ମହାପାତ୍ର, ଓଡ଼ିଶୀ ନୃତ୍ୟ ଗୁରୁ (ଜନ୍ମ: ୧୯୨୬)
- ୧୦ – ଗୋଦାବରୀଶ ମହାପାତ୍ର, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକ (ଜନ୍ମ: ୧୮୯୮)
- ୧୧ – ପଦ୍ମଶ୍ରୀ ସୁବ୍ରତ କୁମାର ଆଚାର୍ଯ୍ୟ, ଯକୃତ ପ୍ରତ୍ୟାରୋପଣ ବିଶେଷଜ୍ଞ ଚିକିତ୍ସକ (ଜନ୍ମ: ୧୯୫୧)
- ୧୨ – ବ୍ରଜନାଥ ରଥ, ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପ୍ରାପ୍ତ କବି (ଜନ୍ମ: ୧୯୩୬)
- ୧୩ – ବ୍ୟାସକବି ଫକୀର ମୋହନ ସେନାପତି, ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ (ଜନ୍ମ: ୧୮୪୩)
- ୧୪ – କୃଷ୍ଣଚନ୍ଦ୍ର ତ୍ରିପାଠୀ, ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ସମ୍ମାନିତ କବି (ଜନ୍ମ: ୧୯୧୧)
- ୧୯ – ଭକ୍ତକବି ମଧୁସୂଦନ ରାଓ, ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧର ପ୍ରଣେତା (ଜନ୍ମ: ୧୮୫୩)
- ୨୦ – ହରିହର ମିଶ୍ର, ଶାରଳା ପୁରସ୍କାର ପ୍ରାପ୍ତ ସାହିତ୍ୟିକ (ଜନ୍ମ: ୧୯୪୦)
- ୨୧ – ପଦ୍ମଶ୍ରୀ ପ୍ରତିଭା ରାୟ, ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଗାଳ୍ପିକ ଓ ଔପନ୍ୟାସିକ (ଜନ୍ମ: ୧୯୪୩)
- ୨୨ – ପଦ୍ମଶ୍ରୀ କୈଳାଶ ଚନ୍ଦ୍ର ମେହେର, ଚିତ୍ରଶିଳ୍ପୀ (ଜନ୍ମ: ୧୯୫୪)
- ୨୩ – ବୀର ସୁରେନ୍ଦ୍ର ସାଏ, ସ୍ଵାଧୀନତା ସଂଗ୍ରାମୀ (ଜନ୍ମ: ୧୮୦୯)
- ୨୫ – ବକ୍ସି ଜଗବନ୍ଧୁ, ସ୍ଵାଧୀନତା ସଂଗ୍ରାମୀ (ମୃତ୍ୟୁ: ୧୮୨୯)
- ୨୫ – ପଦ୍ମଶ୍ରୀ ପର୍ଶୁରାମ ମିଶ୍ର, ଉଦ୍ଭିଦ ବିଜ୍ଞାନୀ ଓ ଶିକ୍ଷାବିତ (ଜନ୍ମ: ୧୮୯୪)
- – ଭୁବନେଶ୍ଵରୀ ମିଶ୍ର, ଓଡ଼ିଶା ରାଜ୍ୟ ଚଳଚିତ୍ର ପୁରସ୍କାର ସମ୍ମାନିତ କଣ୍ଠଶିଳ୍ପୀ (ଜନ୍ମ: ୧୯୫୦)
ମୃତ୍ୟୁ
- ୧ – ଧୀରେନ୍ଦ୍ର ପଟ୍ଟନାୟକ, ଓଡ଼ିଶୀ ନୃତ୍ୟ ଗବେଷକ ଓ ଲେଖକ (ମୃତ୍ୟୁ: ୨୦୦୯)
- ୨ – ଉତ୍କଳ କେଶରୀ ହରେକୃଷ୍ଣ ମହତାବ, ଓଡ଼ିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ (ମୃତ୍ୟୁ: ୧୯୮୭)
- ୩- ଗିରିଜା ଭୂଷଣ ପଟ୍ଟନାୟକ, ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନପ୍ରାପ୍ତ ସାହିତ୍ୟିକ ଓ ସ୍ଵାଧୀନତା ସଂଗ୍ରାମୀ (ମୃତ୍ୟୁ: ୨୦୧୬)
- ୪: ଭାନୁମତୀ ଦେବୀ, ଜୟଦେବ ପୁରସ୍କାର ସମ୍ମାନିତ ଅଭିନେତ୍ରୀ (ମୃତ୍ୟୁ: ୨୦୧୩)
- ୫ – ଶ୍ରଦ୍ଧାକର ସୁପକାର, ଗାନ୍ଧିବାଦୀ ରାଜନେତା, ସାମ୍ବାଦିକ ଓ ଲେଖକ (ମୃତ୍ୟୁ: ୧୯୯୩)
- ୬ – ନିରଞ୍ଜନ ଶତପଥୀ, ଅଭିନେତା ଏବଂ ନିର୍ଦ୍ଦେଶକ (ମୃତ୍ୟୁ: ୨୦୧୫)
- ୮ – ପଦ୍ମଶ୍ରୀ ଲକ୍ଷ୍ମୀନାରାୟଣ ସାହୁ, ଐତିହାସିକ, ସାହିତ୍ୟିକ ଓ ରାଜନୀତିଜ୍ଞ (ମୃତ୍ୟୁ: ୧୯୬୩)
- ୧୧ – ମୋହନ ସୁନ୍ଦର ଦେବ ଗୋସ୍ଵାମୀ, ପ୍ରଥମ ଓଡ଼ିଆ କଥାଚିତ୍ର ନିର୍ଦ୍ଦେଶକ, ପ୍ରଯୋଜକ (ମୃତ୍ୟୁ: ୧୯୪୮)
- ୧୨- ଗୋପୀନାଥ ନନ୍ଦ, ପ୍ରଥମ ଓଡ଼ିଆ ଭାଷା-ତତ୍ତ୍ଵ ଆଲୋଚକ ଓ ଗବେଷକ (ମୃତ୍ୟୁ: ୧୯୨୪)
- ୧୪ – ରମେଶ ପ୍ରସାଦ ମହାପାତ୍ର, ପ୍ରତ୍ନତତ୍ତ୍ୱବିଦ୍ ଓ ଓଡ଼ିଶା ଅଧ୍ୟୟନର ଗବେଷକ (ମୃତ୍ୟୁ: ୧୯୮୯)
- ୧୬ – ଚିତ୍ତରଞ୍ଜନ ଦାସ, କେନ୍ଦ୍ର ସାହିତ୍ୟ ଏକାଡେମୀ (ଅନୁବାଦ) ପୁରସ୍କାର ସମ୍ମାନିତ ସାହିତ୍ୟିକ (ମୃତ୍ୟୁ: ୨୦୧୧)
- ୧୮ – ଲକ୍ଷ୍ମୀଧର ନାୟକ, ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ସମ୍ମାନିତ କବି (ମୃତ୍ୟୁ: ୨୦୦୪)
- ୧୯ – କୃଷ୍ଣଚନ୍ଦ୍ର ତ୍ରିପାଠୀ, ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ସମ୍ମାନିତ କବି (ମୃତ୍ୟୁ: ୧୯୯୭)
- ୨୬ – ବୈକୁଣ୍ଠନାଥ ପଟ୍ଟନାୟକ, ସବୁଜଗୋଷ୍ଠୀର (ସବୁଜ ଯୁଗ)ର କବି (ମୃତ୍ୟୁ: ୧୯୭୯)
- ୨୮ – ରାଧାକୃଷ୍ଣ ପାତ୍ର, ଓଡ଼ିଶା ଏବଂ ସିକିମ ଉଚ୍ଚ ନ୍ୟାୟାଳୟର ପୂର୍ବତନ ମୁଖ୍ୟ ବିଚାରପତି (ମୃତ୍ୟୁ: ୨୦୧୫)
ପର୍ବପର୍ବାଣୀ
|
|
|
|